ମୌସୁମୀ ନେଉଛି ଲେଉଟାଣି : ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଜାରି ରହିଛି ବର୍ଷା, ୭ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର (କେନ୍ୟୁଜ): ଫେରି ଯାଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆଜିଠାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ୱାଭାବିକ ପ୍ରତ୍ୟାବର୍ତ୍ତନ ତାରିଖ ସେପ୍ଟେମ୍ବର ୧୭ ତୁଳନାରେ ଦକ୍ଷିଣ ପଶ୍ଚିମ ରାଜସ୍ଥାନ ଓ ଗୁଜରାଟର କିଛି ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ କରିଛି । ଏପଟେ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଜାରି ରହିଛି ବର୍ଷା । ଲଘୁଚାପ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସମୁଦ୍ର ଭିତରେ ଉତ୍ତର ଓଡ଼ିଶା ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି । ଆଗାମୀ ୨ ଦିନ ଯାଏ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଆଡ଼େ ମୁହାଁଇବ ।

ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ରେକର୍ଡ ହୋଇଛି ସର୍ବାଧିକ ୩୦୨ ମିଲିମିଟର ବର୍ଷା । ଆସନ୍ତା ୨୪ ଘଣ୍ଟା ପାଇଁ ୭ ଜିଲ୍ଲା ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୩ ଜିଲ୍ଲାକୁ ଦିଆଯାଇଛି ୟେଲୋ ସତର୍କତା । ଆସନ୍ତାକାଲି ପାଇଁ ୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ସକ୍ରିୟ ହୋଇଛି ମୌସୁମୀ । ବର୍ତ୍ତମାନ ସୁଦ୍ଧା ମୌସୁମୀ ସିଜିନରେ ରାଜ୍ୟରେ ସ୍ୱାଭାବିକଠାରୁ ୫ ପ୍ରତିଶତ ଅଧିକ ବର୍ଷା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.