ଆଜି ସନ୍ଧ୍ୟା ଠାରୁ ବଢିବ ବର୍ଷା ପରିମାଣ, ୨୦ ତାରିଖ ପର୍ଯ୍ୟନ୍ତ ରହିବ ପ୍ରଭାବ

କେନ୍ୟୁଜ୍(ବ୍ୟୁରୋ): ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଉତ୍ତର ପୂର୍ବ ଓ ପାର୍ଶ୍ୱବର୍ତ୍ତୀ  ପୂର୍ବ କେନ୍ଦ୍ରୀୟ, ମିଆଁମାର ଓ ବାଂଲାଦେଶ ଉପକୂଳରେ ସକ୍ରିୟ ହୋଇଛି ।ଆଗାମୀ ୧୨  ଘଣ୍ଟା ମଧ୍ୟରେ ସଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସହ ଆଗାମୀ ୨୪ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ। ଏହାର ଗତି ପଥ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହାର ପ୍ରଭାବ ୨୦ ତାରିଖ ପର୍ଯ୍ୟନ୍ତ ରହିବ । ଏହାସହ ୨୧ ତାରିଖ ବେଳକୁ ଏହା କ୍ରମଶଃ ଦୁର୍ବଳ ହେବାର ସମ୍ଭାବନା ରହିଛି। ଆଜି ସନ୍ଧ୍ୟା ଠାରୁ ବର୍ଷା ପରିମାଣ ବଢିବ।

ଆଜି ସନ୍ଧ୍ୟାରୁ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିବ । ୨୦ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାରରେ ଏହାର ପ୍ରଭାବ ରହିବ । ଆଜି ସନ୍ଧ୍ୟାରୁ ପୂର୍ବ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷାର ସମ୍ବାବନା ରହିଛି । ଅରେଞ୍ଜ  ୱାର୍ଣ୍ଣିଂ ଦିଆ ଯାଇଥିବା ଜିଲ୍ଲା ଗୁଡିକୁ ବର୍ତ୍ତମାନ ସ୍ଥିତିରେ ରେଡ଼ ୱାର୍ଣ୍ଣିଂ ଦିଆଯାଇଛି ।

୨୦ ତାରିଖରେ କିଛି ଜିଲ୍ଲାକୁ ଅରେଞ୍ଜ  ୱାର୍ଣ୍ଣିଂ ଦିଆଯାଇଛି । କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାରେ ମେଘୁଆ ପାଗ ରହିଛି ।ସନ୍ଧ୍ୟାରେ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ସନ୍ଧ୍ୟାରୁ ବର୍ଷା ହେବା ସମ୍ବାବନା କାରଣରୁ ନଦୀ ପାଣି ବଢିବାର ଆଶଙ୍କା ରହିଛି । ତଳିଆ ଅଞ୍ଚଳରେ ପାଣି ପଶିବା ସହ ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ହେବାର ସମ୍ବାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

Leave A Reply

Your email address will not be published.