ରାଜ୍ୟରେ ପୁଣି ସକ୍ରିୟ ହେବ ମୌସୁମୀ, ୧୮ ତାରିଖ ବେଳକୁ ରାଜ୍ୟରେ ବଢ଼ିବ ବର୍ଷା

ଭୁବନେଶ୍ବର(କେନ୍ୟୁଜ୍):  ଆସୁଛି ଲଘୁଚାପ, ପୁଣି ବର୍ଷିବ । ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଲଘୁଚାପ ରୂପ ନେଇପାରେ । ଏହାର ପ୍ରଭାବରେ ରାଜ୍ୟରେ ପୁଣି ସକ୍ରିୟ ହେବ ମୌସୁମୀ । ୧୮ ତାରିଖ ବେଳକୁ ରାଜ୍ୟରେ ବଢ଼ିବ ବର୍ଷାର ବିସ୍ତୃତି ଓ ପରିମାଣ ।

ଆଜିଠୁ ରାଜ୍ୟରେ ବର୍ଷା କମିବ । ଆଜି ଓ ଆସନ୍ତାକାଲି କିଛି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଆଜି ପାଇଁ ୧୧ ଜିଲ୍ଲାକ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ପାଇଁ ୧୦ ଜିଲ୍ଲାକୁ ୟେଲୋ ସତର୍କତା ଦିଆଯାଇଛି । ଜୁନ ୧ରୁ ଏଯାଏ ମୌସୁମୀ ସିଜିନରେ ରାଜ୍ୟରେ ୧୦୮୮.୨ ମିମି ବର୍ଷା ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ୧୦୩୭.୨ ମିମି ତୁଳନାରେ ୫ ପ୍ରତିଶତ ଅଧିକ । ୫ ଜିଲ୍ଲାରେ ଅଧିକ ବର୍ଷା ଓ ବାକି ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ସେପ୍ଟେମ୍ବରରେ ପୁଣି ଗୋଟିଏ ଲଘୁଚାପ ଆସୁଥିବାରୁ ବର୍ଷାର ପରିମାଣ ସ୍ୱାଭାବିକଠାରୁ ବଢ଼ିବାର ସମ୍ଭାବନା ରହିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.