ଆସନ୍ତାକାଲିଠୁ ବଢ଼ିବ ବର୍ଷା ପରିମାଣ, ଆଜି ପାଇଁ ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର(କେନ୍ୟୁଜ୍) : ଲଘୁଚାପ ଆଣୁଛି ବଡ଼ ବର୍ଷା। କାଲିଠୁ ବଢ଼ିବ ବର୍ଷା ପରିମାଣ। ଦେଢ଼ ସପ୍ତାହ ହେଲା ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିବା ବେଳେ ଆହୁରି ସପ୍ତାହେ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ । ଦୁଇଟି ଲଘୁଚାପ ପ୍ରଭାବରେ ୧୭ ତାରିଖ ଯାଏ କେତେକ ସ୍ଥାନରେ ମଧ୍ୟମ ଓ ଅନ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ବିଶେଷକରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।

ଏବେ ଓଡ଼ିଶା ଉପରେ ଗୋଟିଏ ଲଘୁଚାପର ପ୍ରଭାବ ରହିଛି । ଦିନେ ଦୁଇଦିନ ମଧ୍ୟରେ ଆଉଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଏହା ଫଳରେ ମୌସୁମୀ ସକ୍ରିୟ ହେବା ସହ ଭଲ ପରିମାଣର ବର୍ଷା ସମ୍ଭାବନା ରହିଛି । ୧୪ରୁ ୧୬ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଆଜି ପାଇଁ ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ୧୨ ତାରିଖରୁ ବର୍ଷାର ପରିମାଣ ବଢ଼ିବ । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି । ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.