ପ୍ରେମିକାରୁ ପୀଡିତା : ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ ଅଭିଯୋଗ

ବାଲେଶ୍ବର : ଲଭ୍‌ ସେକ୍ସ ଧୋକା । ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ ଅଭିଯୋଗ । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲାରେ ।  ସୋର ଅଞ୍ଚଳର ଜଣେ ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ମୟୂରଭଞ୍ଜ ରାସେଗାବିନ୍ଦପୁର ଅଞ୍ଚଳର ଯୁବକ ସାଗରାମ ମୁର୍ମୁ ତାଙ୍କୁ ବିବାହର ପ୍ରତିଶୃତି ଦେଇ ବିଭିନ୍ନ ସମୟରେ ଦୁଷ୍କର୍ମ କରିଛନ୍ତି । ଏପରିକି ଯୁବତୀ ଜଣଙ୍କ ଦୁଇ ଥର ଗଭର୍ପାତ ମଧ୍ୟ କରାଇଛନ୍ତି । ସାଗରାମ ଅଗ୍ନିଶମ ବିଭାଗର ଜଣେ କମର୍ଚାରୀ । ତେବେ ସାଗରାମ ଦୁଇ ଦିନ ପରେ ଅନ୍ୟତ୍ର ବିବାହ କରୁଥିବା ଖବର ଜାଣିବା ପରେ ଯୁବତୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୋର ଥାନାରେ ଏନେଇ ଲିଖିତ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ଯପଟେ ପୀଡ଼ିତାଙ୍କୁ ସହାୟତାର ବଢାଇଛନ୍ତି ବାଲେଶ୍ୱର ଜାଗୃତୀ ନାରୀ ସଂଘର ସଦସ୍ୟ । ସଂଘ ପକ୍ଷରୁ କଟକ ସ୍ଥିତ ଅଗ୍ନିଶମ ବିଭାଗର ଏସ୍‌ପିଙ୍କୁ ଭେଟି ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.