ରାଉରକେଲା:ଠିକା କର୍ମଚାରୀ ଯୁବତୀଙ୍କୁ ସ୍ଥାୟୀ ଚାକିରେ ଦେବା ଆଳରେ ଦୁଷ୍କର୍ମ ଅଭିଯୋଗ, ଆଧୁନିକ ପ୍ଲାଣ୍ଟ ଅଧିକାରୀଙ୍କ ନାମରେ ମାମଲା

ରାଉରକେଲା(କେନ୍ୟୁଜ୍): ସୁନ୍ଦରଗଡରେ ଜିଲ୍ଲା ବିରମିତ୍ରପୁରରେ ପୁଣି ଦୁଷ୍କର୍ମ ମାମଲା। କୁଆଁମୁଣ୍ଡାର  ଆଧୁନିକ ମେଟାଲିକ ସ୍ପଞ୍ଜ କାରଖାନା ମେନେଜର ପି,କେ ଦାସଙ୍କ ବିରୋଧରେ ରୁଜୁ ହୋଇଛି  ଦୁଷ୍କର୍ମ ପରି ସଙ୍ଗିନ ମାମଲା । ବିରମିତ୍ରପୁର ଅଞ୍ଚଳର ଜଣେ ଆଦିବାସୀ ଯୁବତୀ ଆଧୁନିକ ମେଟାଲିକ ସ୍ପଞ୍ଜ ଆଇରନ (ବର୍ତମାନ ଲିଭରଟି) କମ୍ପାନୀରେ ଠିକା କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କୁ ସ୍ଥାୟୀ ନିଯୁକ୍ତିର ଲୋଭ ଦେଖାଇ ବିଭିନ୍ନ ସ୍ଥାନକୁ ନେଇ ବାରମ୍ବାର ଦୁଷ୍କର୍ମ ପରେ ଦୁଷ୍କର୍ମ କରିଥିବାର ଲିଖିତ ଅଭିଯୋଗ କରିଛନ୍ତି ପିଡିତା ।

biramitrapur ps

ଏହି ଘଟଣାରେ  ପ୍ଲାଣ୍ଟ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ଅଭିଯୁକ୍ତ ଅଧିକାରୀଙ୍କୁ ଚାକିରିରୁ ବାହାର କରି ଚୁପ୍ ହୋଇ ବସିପଡିଥିଲେ । ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଆଦିବାସୀ ନେତା ତଥା ପୂର୍ବତନ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରି ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନଙ୍କୁ ସ୍ମାରକପତ୍ର ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ଆଦିବାସୀ ନେତା ନିର୍ଯ୍ୟାତିତା ଆଦିବାସୀ ଯୁବତୀଙ୍କୁ ନ୍ୟାୟ ମିଳିବା ସହ ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ଦାବି କରିଥିଲେ ।

କିଛିଦିନ ଚୁପ୍ ରହିବା ପରେ ଗତକାଲି ପୀଡ଼ିତା ଜଣକ ସାହସ କରି ବୀରମିତ୍ରପୁର ଥାନାରେ ଅଭିଯୁକ୍ତଙ୍କ ସମ୍ପର୍କରେ ଅଭିଯୋଗ କରିଥିଲେ ।  ବୀରମିତ୍ରପୁର ଥାନା ଅଧିକାରୀ ପୀଡ଼ିତାର ଅଭିଯୋଗକୁ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାକୁ ଗୁରୁତର ନେଇ ସୁନ୍ଦରଗଡ଼ ଏସ୍ପି ସାଗରିକ ନାଥ  ବିରାମିତ୍ରପୁର ଯାଇ ପ୍ରତେକ୍ଷ ଭାବରେ ତଦନ୍ତ କରୁଥିବା ପ୍ରକାଶ କରିଛନ୍ତ।

Leave A Reply

Your email address will not be published.