ମଦ କରିଦେଲା ଅନ୍ଧ, ମଦ ନିଶାରେ ନିଜ ଝିଅ ଏବଂ ସ୍ତ୍ରୀକୁ ପର ହାତରେ ଟେକି ଦେଲା ବାପା

କେନ୍ୟୁଜ୍(ବ୍ୟୁରୋ): ବାପର ପାପ । ମଦ ନିଶାରେ ନିଜ ଝିଅ ଏବଂ ସ୍ତ୍ରୀକୁ ପର ହାତରେ ଟେକି ଦେଲା ବାପା । ବାଲେଶ୍ୱର ଜିଲ୍ଲା ମେଡିକାଲ୍‌ ଭିତରେ ଏହି ଘଟଣାଟି ହୋଇଥିବା ଅଭିଯୋଗ ହୋଇଛି । ମୁଖ୍ୟ ଚିକିତ୍ସାଳୟ ମେଡିସିନ୍‌ ଓ୍ଵାର୍ଡରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଣିଛନ୍ତି ଉଭୟ ମାଆ ଝିଅ । ସୂଚନା ଅନୁସାରେ, ମଦ ପିଇ ଅଭିଯୁକ୍ତ ଜଣକ ନିଜ ସ୍ତ୍ରୀ ଏବଂ ଝିଅକୁ ସର୍ବଦା ମାରପିଟ୍‌ କରୁଥିଲା । ଏଥିରେ ଅତିଷ୍ଠ ହୋଇ ଉଭୟେ ବିଷ ପିଇ ଦେଇଥିଲେ । ପରେ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଏତିକିରେ ମନ ଶାନ୍ତି ହୋଇନଥିଲା ଅଭିଯୁକ୍ତର । ଦେଖା କରିବାକୁ ଆସିଥିବା ଦୁଇ ଯୁବକଙ୍କ ହାତରେ ନିଜ ଜନ୍ମକଲା ଝିଅ ଏବଂ ସ୍ତ୍ରୀକୁ ଟେକି ଦେଇଥିଲା ଅଭିଯୁକ୍ତ । ଆଉ ଉଭୟ କୋଲ୍ଡଡ୍ରିଙ୍କ୍‌ସରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା । ଅଭିଯୋଗ ପରେ ତଦନ୍ତ ଜାରି ରଖିଛି ପୋଲିସ୍‌ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.