ପିପିଲିରେ କିଏ ମାରିବ ବାଜି? ୧୬ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଜୁନିଅର ମହାରଥୀ ଆଗରେ

କେନ୍ୟୁଜ୍(ବ୍ୟୁରୋ):  କାହା ଦଖଲକୁ ଯିବ ପିପିଲି ? କିଏ ମାରିବ ବାଜି ? ବିଜୟ ବ୍ୟବଧାନ କେତେ ରହିବ ? ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ ଗଣତି ଜାରି ରହିଛି । ୧୬ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଆଗରେ ରହିଛି ବିଜେଡି । ୧୭ ହଜାର ୪୩୫ ଖଣ୍ଡ ଭୋଟ୍‌ରେ ଆଗୁଆ ରହିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ବିଜେଡି ଖାତାରେ ୬୩ ହଜାର ୪୩୭ ଖଣ୍ଡ ଭୋଟ୍‌ ପଡିଛି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ମିଳିଛି ୪୬ହଜାର ୨ ଓ କଂଗ୍ରେସକୁ ୩ ହଜାର ୧୩୩ ଖଣ୍ଡ ଭୋଟ୍‌ ମିଳିଛି ।

ବିଜେଡିକୁ ବର୍ତ୍ତମାନ ସୁଦ୍ଧା ୫୫.୨୪ ପ୍ରତିଶତ ଭୋଟ୍‌ ମିଳିଥିବା ବେଳେ ବିଜେପିକୁ ୩୯.୭୧ ଓ କଂଗ୍ରେସକୁ ମିଳିଛି ୨.୦୮ ପ୍ରତିଶତ ଭୋଟ୍‌ । ତ୍ରିସ୍ତରୀୟ ସୁରକ୍ଷା ଭିତରେ କୋଭିଡ୍‌ କଟକଣାରେ ପୁରୀ ପେଣ୍ଠକଟାରେ ଜାରି ରହିଛି ଭୋଟ୍‌ ଗଣତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.