ବନ୍ଧୁକ ମୁନରେ ୫୫୦ଟି ପାଣି ପାଇପ ଚୋରି କରିଥିବା ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ସମ୍ବଲପୁର ପୋଲିସ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରେ ବଡ଼ ଧରଣର ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ । ଆମଲିପାଲିରେ ଥିବା ଏକ କିମ୍ପାନୀର ପାଣି ପାଇପ ଷ୍ଟୋକୟାର୍ଡ଼ ପାଣି ପାଇପ୍‌ ଚୋରି କରିଥିବା ୨୮ ଜଣଙ୍କୁ ଗିରଫ କରିଛି ଜୁଯୁମୁରା ଥାନା ପୋଲିସ । ଏମାନଙ୍କ ଠାରୁ ଦେଶୀ ବନ୍ଧୁକ ସହ ୪୦ ହଜାର ଟଙ୍କା ଓ ଗାଡ଼ିମୋଟର ଜବତ ହୋଇଛି । ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରଯାଇଛି ।

ଗତ ୧୫ ତାରିଖରେ ବନ୍ଧୁକ ମୁନରେ ୫୫୦ଟି ପାଣି ପାଇପ ଚୋରି କରିଥିବା ଅଭିଯୋଗ ହୋଇଥିଲା । ପୋଲିସ ତଦନ୍ତ କରି କଲିକତାର ହାୱାଡା ଅଞ୍ଚଳରୁ ଚୋରି ସାମଗ୍ରୀ କିଣିଥିବା ମୟଙ୍କ ମିତ୍ତଳ ଓ ମାହିପ ମିତ୍ତଲଙ୍କୁ ଗିରଫ କରିଥିଲା । ଉଭୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୬ଲକ୍ଷ ୫୯ ହଜ଼ାର ୩୫୦ ଟଙ୍କାକୁ ଅଚଳ କରି ଦିଆଯାଇଛି । ପରେ ଘଟଣାର ମୁଖ୍ୟ ଅଭିଯୁକ୍ତ ବାଙ୍କୀ ଅଞ୍ଚଳର ରାଜୁ ନାଏକକୁ ଗିରଫ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.