ବଲାଙ୍ଗିର: ସ୍କୁଲ ହଷ୍ଟେଲରୁ ଛାତ୍ରୀ ଫେରାର୍

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିର ଜିଲ୍ଲା ଲୋଇସିଂହା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀ ଫେରାର ଘଟଣାରେ ତଦନ୍ତ ଆରମ୍ଭ। ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗ ଏହାର ତଦନ୍ତ ଆରମ୍ଭ କରିଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ସ୍କୁଲକୁ ଯାଇ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ହଷ୍ଟେଲର ବିଭିନ୍ନ ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗରେ ୫୦ର ଅଧିକ ଛାତ୍ରୀ ପାଚେରୀ ଡେଇଁ ଫେରାର ହୋଇଥିଲେ। ବଲାଙ୍ଗିର ଡିପିସିଙ୍କ ପାଖକୁ ଯାଉଥିବା କହି ରାସ୍ତାରେ ଦୌଡ଼ିଥିଲେ। ତେବେ କିଛି ସ୍ଥାନୀୟ ଲୋକ ସେମାନଙ୍କୁ ବୁଝାଇ ସୁଝାଇ ହଷ୍ଟେଲକୁ ଫେରାଇ ଆଣିବା ସହ ଜିଲ୍ଲା ଶିକ୍ଷା ବିଭାଗକୁ ଜଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.