ରାଜଧାନୀ ରାସ୍ତାରେ ସୁରକ୍ଷିତ ନୁହଁନ୍ତି ସ୍କୁଲ ଛାତ୍ରଛାତ୍ରୀ

ଆଜିକାଲି ଦିନକୁ ଦିନ ଦୁର୍ଘଟଣାର ସଂଖ୍ୟା ବଢ଼ିବାରେ ଲାଗିଛି । ଆଉ ରାଜଧାନୀ ଭୁବନେଶ୍ୱର କଥା ତ ନ କହିବା ଭଲ । ଗାଡିର ସଂଖ୍ୟା ବଢିବା ସହ ବଢିଚାଲିଛି ଦୁର୍ଘଟଣା। କେଉଁ ଦିନ ଓଭରବ୍ରିଜ ଉପରେ ଆକ୍ସିଡେଣ୍ଟ ତ କେଉଁଦିନ ବରମୁଣ୍ଡା ଛକରେ ତ ଆଉ କେଉଁଦିନ ପଳାଶୁଣୀ । ଏହା ଭୁବନେଶ୍ୱରରେ ଏକ ନିତିଦିନିଆ ଘଟଣା ହେଲାଣି କହିଲେ ଅତ୍ୟୁକ୍ତି ହେବନାହିଁ । ସମସ୍ତ ପ୍ରଚେଷ୍ଟା ସତ୍ୱେ ମଧ୍ୟ କମୁନାହିଁ ଦୁର୍ଘଟଣାର ମାତ୍ରା ।

school student 2

ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଦୃଶ୍ୟ ଦେଖାଇବାକୁ ଯାଉଛୁ ତାହା କେଉଁ ଉପାନ୍ତ ଅଞ୍ଚଳରେ ଘଟୁଥିବା ଘଟଣାର ଦୃଶ୍ୟ ନୁହେଁ । ଏହା ଖୋଦ୍ ରାଜଧାନୀ ଭୁବନେଶ୍ୱରର ୟୁନିଟ ୩ ଅଞ୍ଚଳରେ ଥିବା କ୍ୟାପିଟାଲ ହାଇସ୍କୁଲର ଦୃଶ୍ୟ। ଦେଖନ୍ତୁ ଏଠି ସ୍କୁଲ ପିଲାମାନେ କିପରି ଦଳ ଦଳ ହୋଇ ରାସ୍ତା ପାରି ହଉଛନ୍ତି । ରାସ୍ତା ପାରି ହେଲାବେଳେ କେତେବେଳେ ବାଇକ ସାମ୍ନାକୁ ଆସିଯାଉଛି ତ କେତେବେଳେ କାର ଆଉ କେତେବେଳେ ବସ ।

school student

ଟିକେ ଅସାଵଧାନ ହେଲେ ଆକ୍ସିଡେଣ୍ଟ ହେବାର ସମ୍ଭାବନା ଅଛି । କିନ୍ତୁ ଏଥିପ୍ରତି କାହାର ନିଘା ନାଇ, ନା ପ୍ରଶାସନର ନା ଅଭିଵାକମାନଙ୍କର । ନା ଏଠି ଅଛନ୍ତି ଟ୍ରାଫିକ ପୋଲିସ ନା କେହି ଅଭିଭାବକ । ଵାସ ପିଲାମାନେ ନିଜ ହିସାବରେ ରାସ୍ତା ପର ହେଉଛନ୍ତି । ତ ଏଠୁ ସ୍ପଷ୍ଟ ଅନୁମେୟ ଯେ ରାଜଧାନୀରେ ଆକ୍ସିଡେଣ୍ଟର ସଂଖ୍ୟା କାହିଁକି ଦିନକୁ ଦିନ ବଢି ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.