କେତେ ସୁରକ୍ଷିତ ସ୍କୁଲ? ଗେଟ୍ ପଡ଼ି ଚାଲିଗଲା ଛାତ୍ରୀର ଜୀବନ

ଗୁଣୁପୁର(କେନ୍ୟୁଜ୍): ସ୍କୁଲ ଗେଟ୍ ପଡି ଛାତ୍ରୀ ମୃତ୍ୟୁ | ମୃତ ବାଳିକା ହେଉଛନ୍ତି ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ବିଚି କୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ। ପ୍ରାୟ ୧୨.୩୦ବେଳେ ଛାତ୍ରଛାତ୍ରୀ ବାହାରକୁ ବାହାରି ଥିଲେ। ସେହି ସମୟରେ ଛାତ୍ରୀ ଜଣଙ୍କ ଗେଟ୍ ଧରି ଥିଲା । ଫଳରେ ଗେଟ୍ ସହ ପାଚେରି ମଧ୍ଯ  ତା ଉପରେ ପଡି ଯାଇଥିଲା ।

ପ୍ରଥମେ ପଦ୍ମପୁର ମେଡ଼ିକାଲକୁ ପରେ ଗୁଣପୁର ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆ ଯାଇଥିଲା। କିନ୍ତୁ  ଗୁଣପୁରରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ । ଏପଟେ ସ୍କୁଲକୁ ଯାଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.