ହୋଟେଲ ଗ୍ୟାସ୍‌ ସିଲିଣ୍ଡରରେ ଲାଗିଗଲା ନିଆଁ ଆଉ ଜଳିଗଲା ସ୍କୁଟି

ବାଙ୍କୀ (କେନ୍ୟୁଜ୍‌) : ହୋଟେଲ୍‌୍‌ରେ ଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଗଲା । ତେବେ ଏଥିରେ ହୋଟେଲର କିଛି କ୍ଷତି ହୋଇନଥିବା ବେଳେ ରାସ୍ତାକଡ଼ରେ ଥିବା ଗୋଟିଏ ସ୍କୁଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇ ଯାଇଛି । ତେବେ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ମିଳି ଯାଇଛି ।

ବାଙ୍କୀ ଥାନା ଅନ୍ତର୍ଗତ ଜାତମୁଣ୍ଡିଆ ଛକଠାରେ ଥିବା ମା ପୋଟଳେଇ ହୋଟେଲରେ ଏହି ଦୁର୍ଘଟଣା ଘଟିଛି । ପ୍ରତିଦିନ ଭଳି ଆଜି ମଧ୍ୟ ହୋଟେଲରେ ରୋଷେଇ ହେଉଥିଲା । ଆଉ ହଠାତ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଗଲା । ଏକଥା ଦେଖି ହୋଟେଲ କର୍ମଚାରୀ ଜଣକ ଗ୍ୟାସ ସିଲିଣ୍ଡରଟିକୁ କୌଶଳ କ୍ରମେ ଖୋଲି ଘର ବାହାରକୁ ଫୋପାଡି ଦେଇଥିଲେ। ତେବେ ସେ ସିନା ବର୍ତ୍ତିଗଲେ ହେଲେ ଏହି ନିଆଁରୁ ବର୍ତ୍ତି ପାରିଲାନି ଗୋଟିଏ ସ୍କୁଟି । ହୋଟେଲ ପାଖ ରାସ୍ତାକଡରେ ଥୁଆ ହୋଇଥିବା ଏକ ସ୍କୁଟି ନିକଟକୁ ଗ୍ୟାସ ସିଲିଣ୍ଡରଟି ଗଡ଼ିଗଲା ଆଉ ସ୍କୁଟିଟି ଜଳିବାକୁ ଲାଗିଲା ।

ଏତେ ଜୋରରେ ସେଥିରେ ନିଆଁ ଲାଗିଲା ଯେ ସ୍କୁଟିଟି ହୁତୁହୁତୁ ହୋଇ ଜଳିଲା । ହୋଟେଲ ମାଲିକ ପାଣି ଆଣି ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ । ହେଲେ ସ୍କୁଟିଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଗଲା । ସେପଟେ ଆଶ୍ଚର୍ଯ୍ୟଜନକ ଭାବେ ହୋଟେଲର କୌଣସି କର୍ମଚାରୀ କିମ୍ବା ହୋଟେଲର କିଛି କ୍ଷତି ହୋଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.