ଭୁବନେଶ୍ୱରରୁ ଚିଲିକା ଉ଼ଡିପାରେ ସି ପ୍ଲେନ୍‌ !

seaplane

ଖୋର୍ଦ୍ଧା : ଚିଲିକାରେ ହେବ ୱାଟର ଏରୋଡ୍ରମ। ଭୁବନେଶ୍ୱରରୁ ଚିଲିକା ଉ଼ଡି ପାରେ ସି ପ୍ଲେନ୍‌। ଏଥିପାଇଁ ସର୍ଭେ ଆରମ୍ଭ ହୋଇ ସାରିଛି। ଗତ ସପ୍ତାହରେ ଭାରତୀୟ ବିମାନବନ୍ଦରର କର୍ତ୍ତୃପକ୍ଷ, ଡିଜିସିଏ,ସ୍ପାଇସଜେଟ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ଜଳସଂପଦ ବିଭାଗର ଅଧିକାରୀଙ୍କୁ ନେଇ ଏକ ଟିମ ସର୍ଭେ କରିଥିଲା। ଜୁଲାଇ ମଧ୍ୟଭାଗ ସୁଦ୍ଧା ରିପୋର୍ଟ ଆସିପାରେ। ଯଦି ଏରୋଡ୍ରମ ପାଇଁ ଗ୍ରୀନ୍‌ ସିଗନାଲ ମିଳେ, ତେବେ ସ୍ପାଇସ ଜେଟ ସେବା ଆରମ୍ଭ କରିବାକୁ ଯୋଜନା ରଖିଛି।

ଚିଲିକାର ସାତପଡା ଏରିଆରେ ଡଲଫିନ ଅଛନ୍ତି। ବାଲୁଗାଁ ପଟେ ଚିଙ୍ଗୁଡି ଘେରି ରହୁଛି। ଏହାସହ ଚିଲିକା ଜୈବ ବିବିଧତାରେ ଭରି ରହିଛି। ତେଣୁ ଏରୋଡ୍ରମ ପ୍ରସ୍ତାବ ଉପରେ କିଭଳି ମୋହର ଲାଗିବ, ତାହା ସମୟ କହିବ ବୋଲି କହିଛନ୍ତି ସିଡିଏ ଅଧିକାରୀ।

ଦେଶର ବିଭିନ୍ନ ସ୍ଥାନରେ ୱାଟର ଏରୋଡ୍ରମ ପାଇଁ ଯୋଜନା କରୁଛି, ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆ। ସେଥିରେ ଓଡ଼ିଶାର ଚିଲିକା ସର୍ଟ ଲିଷ୍ଟ ହୋଇଥିଲା। ଗତ ଜୁନ ୧୪ ଓ ୧୫ ତାରିଖରେ ଏକ ଟିମ୍‌ ଫିଜିବିଲିଟି ଷ୍ଟଡି କରିଛି। ବର୍ତ୍ତମାନ ରାଜ୍ୟ ସରକାର ଏହି ରିପୋର୍ଟକୁ ଅପେକ୍ଷା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.