ଭୁବନେଶ୍ବର (କେନ୍ୟୁଜ୍) : ନୂଆବର୍ଷ ପୂର୍ବରୁ ପ୍ରଶାସନିକ ଅଧିକାରୀଙ୍କୁ ପଦୋନ୍ନତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୪ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ପ୍ରମୁଖ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ୧୯୯୫ ବ୍ୟାଚର ଆଇଏଏସ ତଥା ଶିଳ୍ପ ସଚିବ ହେମନ୍ତ ଶର୍ମା, ଶକ୍ତି ସଚିବ ବିଷ୍ଣୁପଦ ସେଠୀ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଚିତ୍ରା ଅରୁମୁଗମ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କୁ ପଦୋନ୍ନତି ଦିଆଯାଇଛି। ଏହି ନିର୍ଦ୍ଦେଶ ୨୦୨୦ ଜାନୁଆରୀରୁ ବିଧିବଦ୍ଧ ଭାବେ ଲାଗୁ ହେବ।