ଯାଜପୁର ଟାଉନ ଥାନା ଅଞ୍ଚଳରେ ସିରିଜ ଚୋରି କରି ଚୋର ଚମ୍ପଟ, ସିସିଟିଭିରେ କଏଦ ହେଲା ଭିଜୁଆଲ

ଯାଜପୁର ଟାଉନ(କେନ୍ୟୁଜ୍):ଯାଜପୁର ଟାଉନ ଥାନା ଅଞ୍ଚଳରେ ସିରିଜ ଚୋରି ଅଭିଯୋଗ। ବୈଦ୍ୟନାଥ ନଗରର ପ୍ରମୋଦ କୁମାର ସର,ଗଦାଧର ପତି, ସରୋଜ ସାହୁ ଏହି ତିନିଜଣଙ୍କ ଘରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରି ସମୟର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି।

 

ଗତକାଲି ବିଳମ୍ବିତ ରାତିରେ ଝରକା ତାଡି ବିଭିନ୍ନ ଅଳଙ୍କାର ସହ ଟଙ୍କା ପଇସା ନେଇଯାଇଛନ୍ତି ଦୁର୍ବୃତ୍ତ । ସେହିଭଳି ଗଦାଧର ପତି , ସରୋଜ କୁମାର ସାହୁ ଙ୍କ ଘରୁ ମଧ୍ୟ ରାତି ଅଧରେ ଚୋରି ହୋଇଥିବା ଜଣାପଡିଛି ।ଏହି ଘଟଣାରେ ପୋଲିସ ପାଞ୍ଚ ଜଣ ବାଂଲାଦେଶୀଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡ଼ିଛି ।

ସିସିଟିଭି ରୁ ମିଳିଥିବା ଫୁଟେଜକୁ ଆଧାର କରି ଯାଞ୍ଚ କରୁଛି ପୋଲିସ। ଫରେନସିକ ଓ ଡ଼ଗ ସ୍କ୍ୱାର୍ଡ ର ସହାୟତାରେ ଏହି ତଦନ୍ତ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଯାଜପୁର ଥାନା ଅଧିକାରୀ ଅଜୟ ଜେନା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.