ଶ୍ରୀ ଲିଙ୍ଗରାଜ ପାସେଞ୍ଜର ହଲ୍ଟକୁ ପୂର୍ଣ୍ଣାଙ୍ଗ ଷ୍ଟେସନର ମାନ୍ୟତା ମିଳୁ, ସେବା ପ୍ରତିନିଧି ସଂଗଠନର ଦାବି

ଭୁବନେଶ୍ବର(କେନ୍ୟୁଜ୍): କୋର କମିଟି ମୁଖ୍ୟ ତଥା ସେବା ପ୍ରତିନିଧିର ମୁଖ୍ୟ ସଂଗଠକ ନୀଳମଣି ମିଶ୍ରଙ୍କ ଆହ୍ବାନ କ୍ରମେ ରବିବାର ଦିବା ୧୦ ଘଟିକା ସମୟ ଲିଙ୍ଗରାଜ ପାସେଞ୍ଜର ହଲ୍ଟ ନିକଟରେ ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯାଇଥିଲା। ଶ୍ରୀ ଲିଙ୍ଗରାଜ ପାସେଞ୍ଜର ହଲ୍ଟକୁ ପୂର୍ଣ୍ଣାଙ୍ଗ ଷ୍ଟେସନ ଓ ଧଉଳି,ତିରୁପତି ରେଳ ନାମକରଣ ପରି ଶ୍ରୀ ଲିଙ୍ଗରାଜ ନାମରେ ଟ୍ରେନ ଚାଲୁ।

ତତ୍ ସହିତ ଆହାର କେନ୍ଦ୍ର ଷ୍ଟେସନ ନିକଟରେ ଖୋଲୁ। ପ୍ରତ୍ୟକ ଦିନ ଶତାଧିକ ଶ୍ରମିକ ପାସେଞ୍ଜର ହଲ୍ଟକୁ ଆସି ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ଶ୍ରମ ଦାନ କରନ୍ତି। ୧୮ତମ ଶାନ୍ତିପୂର୍ଣ୍ଣ ଧାରଣାରେ ନରହରି ନାୟକ, ଦାମୋଦର ସାମନ୍ତରାୟ, ସନ୍ତୋଷ କୁମାର ମହାପାତ୍ର, ସୁରେଶ କୁମାର ଦାଶ, ସତ୍ୟ ନାରାୟଣ ସାମନ୍ତ ସିଂହାର, ରଙ୍ଗନିଧି ପଟ୍ଟନାୟକ, ଅନୁପମ ବୋଷ, ଗିରିଜା ଶଙ୍କର ମହାପାତ୍ର, ପତିତ ପାବନ ସାହୁ, ଅନୁପମା ବେହେରା ଯୋଗ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.