ପୁରୀ: ପୁରୀ ବଳଗଣ୍ଡି ଛକ ନିକଟରେ ଏକ ଲଜରେ ସେକ୍ସ ରାକେଟ ଅଭିଯୋଗ ନେଇ ପୋଲିସର ଚଢ଼ାଉ। ୨ ଯୁବତୀଙ୍କୁ ଉଦ୍ଧାର କରାଯିବା ସମେତ ଜଣେ ଯୁବକ ଓ ଲଜର କେୟାର ଟେକରକୁ ମିଶାଇ ମୋଟ ୪ଜଣଙ୍କୁ ପୋଲିସ ଅଟକ ରଖିଛି।
ପୋଲିସର ସୂଚନା ଅନୁଯାୟୀ ଗତ କିଛିଦିନ ହେବ ଉକ୍ତ ଲଜରେ ସେକ୍ସ ରାକେଟ ଚାଲୁଥିବା ନେଇ ପୋଲିସ ପାଖରେ ଖବର ଥିଲା। ତେବେ ଗତକାଲି ଅପରାହ୍ନରେ ଲଜରେ ଅନୈତିକ କାର୍ଯ୍ୟ ଚାଲୁଥିବା ନେଇ କୁମ୍ଭାରପଡା ପୋଲିସକୁ ଖବର ଆସିଥିଲା। ପରେ ପୋଲିସ ଟିମ୍ ଉକ୍ତ ଲଜ ଉପରେ ଚଢ଼ାଉ କରି ୨ଯୁବତୀଙ୍କ ସମେତ ୪ଜଣଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି।