ରାଜ୍ୟ ସରକାରଙ୍କ ନିୟମକୁ ବେଖାତିର : ଖରାଛୁଟିରେ ଖୋଲିଥିବାରୁ କେନ୍ଦ୍ରୀୟ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍

kvଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୧ କୁ କାରଣ ଦର୍ଶାଅ ନୋଟିସ୍ । ସ୍କୁଲ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ନିୟମକୁ ବେଖାତିର କରିଥିବା ଅଭିଯୋଗରେ ଏହି ନୋଟିସ୍ ଜାରି କରିଛି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ  । ସରକାରୀ ନିର୍ଦ୍ଦେଶ ପରେ ବି କାହିଁକି ସ୍କୁଲ ଖୋଲିଲେ ସେ ନେଇ ୩ ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ ଏସଆରସି ବିଷ୍ଣୁପଦ ସେଠୀ ନୋଟିସ ଜାରି କରିଛନ୍ତି ।

ଗ୍ରୀଷ୍ମ ପ୍ରବାହ କାରଣରୁ ଗ୍ରୀଷ୍ମ ଅବକାଶ ବଢାଇବାକୁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗ୍ରୀଷ୍ମପ୍ରବାହ ଯୋଗୁଁ ରାଜ୍ୟ ସରକାର ୨୧ ତାରିଖ ପରିବର୍ତ୍ତେ ଜୁନ ୨୫ ପର୍ଯ୍ୟନ୍ତ ରାଜ୍ୟର ସସସ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଥିଲେ । ଭୁବନେଶ୍ୱର ତାପମାତ୍ରା ୪୨ ଡିଗ୍ରି ରହୁଥିବାବେଳେ ସ୍କୁଲ ନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟସରକାର । ମାତ୍ର କେନ୍ଦ୍ରୀୟ ବିଦ୍ୟାଳୟ -୧ ନିର୍ଦ୍ଦେଶ ନମାନି ସ୍କୁଲ ଖୋଲିଥିଲେ । ତେଣୁ ଏହାକୁ ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ କେନ୍ଦ୍ରୀୟ ବିଦ୍ୟାଳୟ-୧ର ପ୍ରିନ୍ସିପାଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.