କଟକ (କେନ୍ୟୁଜ୍): ଆଳୁ ଖୋଳୁ ଖୋଳୁ ମିଳିଲା ମହାଦେବ। ଗଞ୍ଜେଇ ଯାଞ୍ଚ ବେଳେ ମିଳିଲା ରୁପା ଇଟା ଓ ଅନ୍ୟାନ୍ୟ ରୁପା ଅଳଙ୍କାର। ଅବକାରୀ ଗୁଇନ୍ଦା ବିଭାଗ ଗଞ୍ଜେଇ ଚୋରା ଚାଲାଣ ଖବର ପାଇ ଗାଡ଼ି ଅଟକାଇଥିଲା। ନଗଦ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ।
ଟାଙ୍ଗୀ ଟୋଲଗେଟ୍ରେ ଯାଞ୍ଚ ବେଳେ ଧରିଲା ଅବକାରୀ ଗୁଇନ୍ଦା ବିଭାଗ। ଚୋରା ଚାଲାଣ ଅଭିଯୋଗରେ ୨ ଜଣ ଅଟକ ରହିଛନ୍ତି। ତଦନ୍ତ କରୁଛି ଜିଏସ୍ଟି ବିଭାଗ। ଆସ୍କାରୁ ଖଡଗପୁର ହେଉଥିଲା ଚାଲାଣ। କାର୍ରେ ଥିଲା ସିକ୍ରେଟ୍ ଚାମ୍ବର।