ବଡ଼ ଧରଣର ମୋବାଇଲ ଫୋନ ସିମ୍‌ ଠକେଇର ପର୍ଦ୍ଦାଫାସ୍, ଢେଙ୍କାନାଳରୁ ୩ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ସାଇବର ସେଲ୍

କଟକ(କେନ୍ୟୁଜ): ବଡ଼ ଧରଣର ମୋବାଇଲ ଫୋନ ସିମ୍‌ ଠକେଇର ପର୍ଦ୍ଦାଫାସ । ଢେଙ୍କାନାଳରୁ ୩ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ସାଇବର ସେଲ । ଗିରଫ ତିନି ଅଭିଯୁକ୍ତ ହେଲେ ଢେଙ୍କାନାଳର ସାଇ ପ୍ରକାଶ ଦାସ, ଅବିନାଶ ନାୟକ ଓ ଦୁଷ୍ମନ୍ତ କୁମାର ସାହୁ । ଅଭିଯୁକ୍ତଙ୍କ ନିକଟରୁ ୧୯ ହଜାର ୬୪୧ଟି ପ୍ରି-ଆକ୍ଟିଭେଟେଡ୍‌ ସିମ, ନଗଦ ୧୪ ଲକ୍ଷ ୩୨ହଜାର ୮୯୨ ଟଙ୍କା, ୨୪୭ଟି ରିଚାର୍ଜ ଭାଉଚର ଜବତ ହୋଇଛି ।

୪୮ଟି ମୋବାଇଲ, ଗୋଟିଏ ଲାପଟପ ଓ ଫିଙ୍ଗର ପ୍ରିଣ୍ଟ ସ୍କାନର ଜବତ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ୪୧୯, ୪୨୦, ୪୬୭, ୪୬୮, ୪୭୧ , ୧୨୦ ବି ଓ ଆଇଟି ଆକ୍ଟର ୬୬ ସି ଓ ୬୬ଡିରେ ମାମଲା ରୁଜୁ ହୋଇଛି । ଏନେଇ କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡା ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ।

ବିଭିନ୍ନ କଂପାନିର ହଜାର ହଜାର ସଂଖ୍ୟକ ପ୍ରିପେଡ ସିମ୍‌ ସେମାନଙ୍କ ନିକଟରୁ ଜବତ କରାଯାଇଛି । ସୋସିଆଲ ମିଡିଆରେ ବାୟର ସେଲର ଅଫ୍‌ ଓଟିପି ନାଁରେ ଏକ ଗ୍ରୁପ୍‌ ଜରିଆରେ ସାରା ଦେଶରେ ରାକେଟ୍‌ ଚଳାଉଥିଲେ । ଏହି ରାକେଟ୍‌ରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଚାଲିଛି । ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ADG କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.