କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ମାମଲାର ହାଇକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲା ଏସଆଇଟି

କେନ୍ୟୁଜ୍(ବ୍ୟୁରୋ):  ବହୁଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ମାମଲାର ହାଇକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲା ଏସଆଇଟି । ତଦନ୍ତ ସମ୍ପର୍କିତ ରିପୋର୍ଟ ଜଉମୁଦ ଲଫାପାରେ ଦାଖଲ କରାଯାଇଛି । ଆସନ୍ତା ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଟିମ୍‌ ଗଠନ କରାଯାଇଛି । ତିନି ଜଣ ଡିଆଇଜି ତଦନ୍ତ କରୁଛନ୍ତି । ବିଭିନ୍ନ ଦିଗକୁ କମିଟି ତଦନ୍ତ ଜାରି ରଖିଥିବା ବେଳେ ଅଧିକ ସମୟର ଆବଶ୍ୟକ ରହିଛି । ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ଲଢୁଛନ୍ତି । ୨୦୧୭ ଅକ୍ଟୋବର ୧୦ ତାରିଖରେ ନାବାଳିକା ଛାତ୍ରୀ ଜଣଙ୍କ କୁନ୍ଦୁଲି ହାଟରୁ ଫେରିବା ବାଟରେ ଗଣଦୁଷ୍କର୍ମ ଶିକାର ନେଇ ଅଭିଯୋଗ ହୋଇଥିଲା। ପରେ ୨୦୧୮ ଜାନୁଆରୀ ୨୨ ତାରିଖରେ ପୀଡ଼ିତା ଆତ୍ମହତ୍ୟା କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.