କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ହାଇକୋର୍ଟରେ ଚୂଡାନ୍ତ ରିପୋର୍ଟ ଦାଖଲ କଲା ଏସଆଇଟି

କେନ୍ୟୁଜ୍(ବ୍ୟୁରୋ): କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଏସଆଇଟିର ଚୂଡାନ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ। ଜଉମୁଦ ଲଫାପାରେ ଏସଆଇଟି ଏହି ରିପୋର୍ଟ ଦାଖଲ କରିଛି। ରିପୋର୍ଟରେ କଣ ଉଲ୍ଲେଖ ରହିଛି ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟ ପକ୍ଷରେ ଏହି ରିପୋର୍ଟକୁ ମାମଲାର ଶୁଣାଣି କରୁଥିବା ଟ୍ରାଏଲ କୋର୍ଟରେ ଦାଖଲ କରିବାକୁ ହାଇକୋର୍ଟରେ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ହାଇକୋର୍ଟରେ ଏହି ମାମଲାର ପୂର୍ଣ୍ଣଚ୍ଛେଦଲ ପଡ଼ିଛି। କୁନ୍ଦୁଲି ପୀଡ଼ିତାଙ୍କ ଗଣଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଆବେଦନ ହୋଇଥିଲା। ତେବେ ସିବିଆଇ ତଦନ୍ତ ନିର୍ଦ୍ଦେଶ ପରିବର୍ତ୍ତେ ଏସଆଇଟି ଦ୍ୱାରା ୩ଜଣିଆ ଡିଆଇଜି ମାମଲାର ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲେ। ସେପଟେ ମାମଲାକୁ ନେଇ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଆବେଦନକାରୀଙ୍କ ଓକିଲ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.