କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ କରିବ ସ୍ୱତନ୍ତ୍ର ଏସଆଇଟି, ନିର୍ଦେଶ ଦେଲେ ହାଇକୋର୍ଟ

କଟକ(କେନ୍ୟୁଜ୍): ବହୁ ଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ କରିବ ସ୍ୱତନ୍ତ୍ର ଏସଆଇଟି । କୋର୍ଟ ତତ୍ତ୍ୱାବଧାନରେ ଏହି ଟିମ୍‌ ଗଠନ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଓଡ଼ିଶା ପୋଲିସର ୩ ଜଣ ଡିଆଇଜିଙ୍କୁ ନେଇ ଏହି ସ୍ୱତନ୍ତ୍ର ଟିମ ଗଠନ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ସମସ୍ତ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ଏସଆଇଟି ରିପୋର୍ଟ ପ୍ରଦାନ କରିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମୁଖ୍ୟ ବିଚାରପତି ଏହି ନିର୍ଦେଶ ଦେଇଛନ୍ତି । ପବରର୍ତ୍ତୀ ଣୁଣାଣି ଆସନ୍ତା ୧୬ରେ ହେବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.