ମୂଳାଷ୍ଟମୀରୁ ଗଞ୍ଜାମ ଜିଲ୍ଲା ମା’ ତାରା ତାରିଣୀ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ

ଆରମ୍ଭ ହୋଇଛି ମା ତାରାତାରୀଣୀଙ୍କ ଶାରଦୀୟ ପୂଜା ପ୍ରସ୍ତୁତି । ପବିତ୍ର ମୂଳାଷ୍ଟମି ଠାରୁ ସମସ୍ତ ଶକ୍ତି ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ପୂଜା ଉପଚାର । ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମା ତାରା ତାରାରୀଣିଙ୍କ ର ଗତ କାଲି ସଂଧ୍ୟାରେ ମାଁଙ୍କୁ ଜଳାଭିଶେକ କରାଯାଇଛି । ମା ଶୟନକୁ ଚାଲି ଯାଇଥିଲେ, ଆଜି ମାଙ୍କ ଉତ୍ଥାପନା ହୋଇଛି । ଏଣୁ ମାଙ୍କୁ ୧୦୮ ସୁବାଷିତ ଜଳରେ ସ୍ନାନ କରାଯାଇଛି । ମନ୍ଦିରର ସେବାୟତ ମାନଙ୍କ ପକ୍ଷରୁ ଏକ ପଟୁଆରରେ ପୁଣ୍ଯତୋୟା ଋଷିକୂଲ୍ଯା ନଦୀରୁ ପୁରୁଷ ଓ ମହିଳାମାନେ ୧୦୮ ମାଠିଆ ଜଳ ଉଠାଇ ମାଁଙ୍କ ଠାରେ ଜଳ ଲାଗି କରିଛନ୍ତି , ଆଉ ଆରମ୍ଭ ହେଉଛି ମାଁଙ୍କର ଗୁପ୍ତନୀତି । ମାଁଙ୍କ ସ୍ନାନ ସହ ଷୋଡ଼ଶ ଉପଚାର ପୂଜାକୁ ନେଇ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

ତେବେ ଚଳିତ ଥର କୋରନା କଟକଣା ନଥିବା ଯୋଗୁଁ ଏହି କାର୍ଯ୍ଯରେ ସେବାୟତ ସମେତ ଭକ୍ତମାନେ ମଧ୍ୟ ଏହି ଶହଶ୍ରାଭିକ ଜଳ ଲାଗି କାର୍ଯ୍ଯକ୍ରମରେ ସାମିଲ ହୋଇଥିଲେ । ତେବେ ଗତକାଲିଠାରୁ ମାଁଙ୍କ ପୀଠରେ ଆରମ୍ଭ ହୋଇଥିବା ଶୋଡ଼ଷ ଉପଚାର ପୂଜା ଓ ସଂକ୍ରାନ୍ତି ଭଳି ପବିତ୍ର ଦିନରେ ମାଁଙ୍କ ଦର୍ଶନ ମିଳିବା ସହ ଆଶୀଶ ଲାଭ କରିଥିବାକୁ ବେଶ୍‌ ଉତ୍ସାହିତ ଭକ୍ତ । ସେପଟେ ମୂଳାଷ୍ଟମୀ ତଥା ସଂକ୍ରାନ୍ତି ଦିନ ମାଙ୍କ ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଓ ନବରାତ୍ର ସମୟରେ ମାଁଙ୍କ ପୂଜାର୍ଚ୍ଚନା କଲେ ସମସ୍ତ ପାପ ଓ ଦୋଷ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ମୂଳାଷ୍ଟମି ଠାରୁ ମହାଷ୍ଟମି ପର୍ଯ୍ଯନ୍ତ ମା ତାରା ତାରୀଣିଙ୍କ ପିଠରେ ପ୍ରତ୍ୟହ ଚଣ୍ଡିପାଠ, ହୋମ, ଯଜ୍ଞ ସହ ସ୍‌ୱତନ୍ତ୍ର ପୂଜା ଅନୁଷ୍ଠିତ ହେବ । ତେବେ କରୋନା କଟକଣା ହଟିଥିବା ଯୋଗୁଁ ନବାରାତ୍ର ବେଳେ ଭକ୍ତଙ୍କ ପ୍ରବଳ ଭିଡ ହେବ ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ଯବସ୍ଥା ଗ୍ରହଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.