ସୁନାବେଶ ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ପ୍ରବଳ ଭିଡ: ଧୈର୍ଯ୍ୟହରା ଭକ୍ତ ବାରିକେଡ୍‌ ଭାଙ୍ଗି ସିଧା ପଶିଲେ ମନ୍ଦିର ଭିତରକୁ

ପୁରୀ(କେନ୍ଯୁଜ୍): ସିଂହଦ୍ୱାର ସମ୍ମୁଖରେ ପ୍ରବଳ ଗହଳି। ବ୍ୟାରିିକେଡ୍‌ ମାନିଲେନି କିଛି ଭକ୍ତ। ସୁନାବେଶ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବାରୁ ଦର୍ଶନ ପାଇଁ ଧୈର୍ଯ୍ୟହରାଇଲେ ଭକ୍ତ। ବାରିକେଡ୍‌ ଭାଙ୍ଗି ମନ୍ଦିର ଭିତରକୁ ପଶିଲେ। ଫଳରେ ଅନେକ ଭକ୍ତ ଓ ସେବାୟତ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦୋଳ ଉତ୍ସବ ପାଳିତ ହେଉଛି । ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ମଣି ବିମାନରେ ବସି ଦୋଳବେଦୀକୁ ଆସିବା ସହ ଭକ୍ତ ଓ ସେବାୟତଙ୍କ ସହ ମିଶି ଫଗୁ ଖେଳିବେ । ତେବେ ପରମ୍ପରା ଅନୁସାରେ ଆଜି ଶ୍ରୀଜିଉ ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.