ମୋବାଇଲ ନେଲା ଜୀବନ : ପୁଅ ପରେ ବାପା କଲା ଆତ୍ମହତ୍ଯା

ଗଂଜାମ : ଦୁନିଆ ବଦଳିବା ସହ ବଢ଼ୁଛି ଅପରାଧ କାୟ। ସେହିପରି ମୋବାଇଲ ମାନିଆ ଦୁଇ ଦୁଇଟି ଜୀବନ ନେଇଛି । ଏହି ଅଭାବନୀୟ ଘଟଣା ଘଟିଛି ଗଂଜାମ ସୋରଡା ଅଞ୍ଚଳରେ । ପ୍ରଥମେ ପୁଅ ଆତ୍ମହତ୍ୟା  କରିଥିବା ବେଳେ ପରେ ବାପା ମଧ୍ୟ ଆତ୍ମହତ୍ୟା କରିଛନ୍ତି।

ଘଟଣା ଅନୁଯାୟୀ , ବାରମ୍ବାର ମୋବାଇଲ ଦେଖୁଥିବା ଯୋଗୁଁ ପୁଅକୁ ଏଥିରୁ ନିବୃତ୍ତ ରହିବାକୁ ବାପା ତାଗିଦ କରିଥିଲେ । ବାପାଙ୍କ ତାଗିଦ ସହି ନପାରି ପୁଅ ଶେଷକୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲା । ପୁଅର ମୃତଦେହ ଦେଖି ବାପା ବି ଶେଷରେ ନିଜକୁ ଦୋଷୀ ଭାବି ଆତ୍ମହତ୍ୟା କରିଛି। ଏହି ଅଭାବନୀୟ ଘଟଣାରେ ସ୍ଥାନୀୟ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.