ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍ ପରିସରରେ ଅଘଟଣ: ମାଆ ସାମ୍ନାରେ ପୁଅକୁ ହାଣି ହତ୍ୟା କଲେ ୨ ଦୁର୍ବୃତ୍ତ

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ପରିସରରୁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା । ଆଜି ସକାଳୁ ମାଆ ପୁଅ ଡାକ୍ତରଖାନା ପରିସରକୁ ଇଟିଲି ଦୋକାନ ଖୋଲିବାକୁ ଆସୁଥିବା ବେଳେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଆକ୍ରମଣରେ ପୁଅର ମୃତ୍ଯୁ ହୋଇଥିବାବେଳେ ମାଆ ଗୁରୁତର।

ମୃତକ ହେଲେ ଅଜୁ ଦୋରା । ତେବେ ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତ ହତ୍ୟା କରି ଫେରାର ହୋଇଯାଇଛନ୍ତି । ଗୁରୁତର ଥିବା ମାଆ ଜୟନ୍ତୀ ଦୋରାଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ବ୍ୟବସାୟୀକ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବଲାଙ୍ଗିର ଟାଉନ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.