ମଙ୍କିପକ୍ସ ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ: ଖୁବଶୀଘ୍ର ଆସିବ ଏସଓପି

ଭୁବନେଶ୍ବର(କେନ୍ୟୁଜ୍):  ମଙ୍କିପକ୍ସ ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ । ଏହାର ମୁକାବିଲା ନେଇ ଖୁବଶୀଘ୍ର ଆସିବ ଏସଓପି । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଓଡ଼ିଶାରେ ଆରଏମଆରସିରେ ମଙ୍କିପକ୍ସ ଟେଷ୍ଟ ପାଇଁ କେନ୍ଦ୍ରକୁ କୁହାଯିବ। ବିଦେଶ ଫେରନ୍ତାଙ୍କ ତାଲିକା କେନ୍ଦ୍ରକୁ ମଗାଯାଇଛି ।

ଜିଲ୍ଲାସ୍ତରରେ ସଚେତନତା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ ନବ ଦାସ । ବର୍ତ୍ତମାନ ଆତଙ୍କିତ ହେଲାଭଳି ସ୍ଥିତି ନାହିଁ । ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ବିଭିନ୍ନ ରାଜ୍ୟରୁ ମଙ୍କିପକ୍ସର ସନ୍ଦିଗ୍ଧ ଚିହ୍ନଟ ପରେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ପ୍ରସ୍ତୁତ କରିଛନ୍ତି ବ୍ଲୁପ୍ରିଣ୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.