ଲଜରୁ ଟଙ୍କା ଜବତ ଘଟଣା: ସିଜ୍ ହୋଇଥିବା ଟଙ୍କା ଠାରୁ ପୋଲିସ କମ୍ ଦେଖାଇଛି, ଅଭିଯୋଗ କଲେ ବଲାଙ୍ଗୀର ଏସପି

କଣ୍ଟାବାଞ୍ଜି (କେନ୍ୟୁଜ): ପୋଲିସ ନେଇଗଲା ଜବତ ଟଙ୍କା। କଣ୍ଟାବାଞ୍ଜି ଅନ୍ନପୂର୍ଣ୍ଣା ଲଜ୍‌ରୁ ୫୮ଲକ୍ଷ ଟଙ୍କା ଜବତ ଘଟଣାରେ ଏଭଳି ଅଭିଯୋଗ ହେବା ପରେ ଅତିରିକ୍ତ ଏସପିଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି ବଲାଙ୍ଗିର ଏସପି ନୀତିନ କୁଶଳକର। ଜବତ ଟଙ୍କା ଠାରୁ କମ୍‌ ଟଙ୍କା ପୋଲିସ ଦର୍ଶାଇଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି ଏସପି। ଅଭିଯୋଗ ହେବା ପରେ ଅତିରିକ୍ତ ଏସପିଙ୍କୁ ତଦନ୍ତ ଭାର ପ୍ରଦାନ କରାଯାଇଛି। ତଦନ୍ତ ସରିଲା ପରେ ଟଙ୍କା ହେରଫେର କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଏସପି।

ସେପଟେ କଣ୍ଟାବାଞ୍ଜି ପୋଲିସ ଗତକାଲି ରାତିରେ ଅଟକ ଥିବା ୭ଜଣଙ୍କୁ ପଚରାଉଚରା ପରେ ଛାଡ଼ି ଦେଇଛି। ଗୁରୁବାର ରାତିରେ ଅନ୍ନପୂର୍ଣ୍ଣା ଲଜରେ ଜୁଆ ଖେଳୁଥିବା ଅଭିଯୋଗରେ ୭ଜଣଙ୍କୁ ଅଟକ ରଖିଥିଲା ପୋଲିସ। ଗିରଫ ବ୍ୟକ୍ତି ମାନେ ରାଜ୍ୟ ବାହାରର ଓ ଇଟାଭାଟି ମାଲିକ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ପୋଲିସ କିନ୍ତୁ ସେମାନଙ୍କୁ ଜୁଆଡି ସଜାଇଥିଲା। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.