ଆସନ୍ତାକାଲି ବାରବାଟୀ ମ୍ୟାଚ୍ ପାଇଁ ଚାଲିବ ସ୍ୱତନ୍ତ୍ର ମୋ ବସ୍, ମାଷ୍ଟର କ୍ୟାଣ୍ଟିନ ଏବଂ ବରମୁଣ୍ଡା ବସଷ୍ଟାଣ୍ଡ ଠାରୁ ଷ୍ଟାଡିୟମ ଯାଏ ଉପଲବ୍ଧ ହେବ ଏହି ସେବା

କଟକ: ଆସନ୍ତାକାଲି ବାରବାଟୀ ମ୍ୟାଚ ପାଇଁ ଚାଲିବ ସ୍ୱତନ୍ତ୍ର ମୋ ବସ। କ୍ରିକେଟ ପ୍ରେମୀଙ୍କ ସୁବିଧାକୁ ଆଖିରେ ରଖି କ୍ରୁଟ ପକ୍ଷରୁ ସ୍ୱତନ୍ତ୍ର ବସ ସେବା ଯୋଗାଇ ଦିଆଯିବ। ଏହି ସେବା ମାଷ୍ଟର କ୍ୟାଣ୍ଟିନ ଠାରୁ ବାରବାଟୀ ଯାଏ ବରମୁଣ୍ଡା ବସଷ୍ଟାଣ୍ଡ ଠାରୁ ଷ୍ଟାଡିୟମ ଯାଏ ଉପଲବ୍ଧ ହେବ।

ind vs wtଉଭୟ ବସ ଭାୟା ନନ୍ଦନକାନନ ହୋଇ ବାରବାଟୀ ଷ୍ଟାଡିୟମରେ ପହଞ୍ଚିବ। ଏହି ସ୍ୱତନ୍ତ୍ର ବସ ସେବା ସକାଳ ସାଢେ ୮ଟାରୁ ପୂର୍ବାହ୍ନ ୧୧ଟା ଓ ପୁଣି ଥରେ ଫେରିବା ଯାତ୍ରୀଙ୍କ ପାଇଁ ରାତି ୧୦ଟାରୁ ମଧ୍ୟରାତ୍ରିଯାଏ ଉପଲବ୍ଧ ହେବ। ଏହି ସ୍ୱତନ୍ତ୍ର ବସ ସେବା ପାଇଁ ବସ ଭଡ଼ା ୩୦ ଟଙ୍କା ଧାର୍ଯ୍ୟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.