ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀ ସାବ୍ୟସ୍ତ ପିଉସାଙ୍କୁ ୧୪ ବର୍ଷର ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ପୋକସୋ କୋର୍ଟ

କଟକ(କେ ନ୍ୟୁଜ): ଜନୈକା ନାବାଳିକାଙ୍କ ଧର୍ଷଣ ଅଭିଯୋଗରେ ଧର୍ଷଣକାରୀ ପିଉସାକୁ ୧୪ ବର୍ଷର ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ପୋକସୋ କୋର୍ଟ। କଟକ ତିଗିରିଆ ଅଞ୍ଚଳରେ ନିଜ ଝିଆରୀ ସହ ଦୁଷ୍କର୍ମ କରିଥିଲା ଜଣେ ପିଉସା । ଏଭଳି କୁତ୍ସିତ କାର୍ଯ୍ୟ ପାଇଁ କଟକ ପୋକସୋ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରମେଶ ଚନ୍ଦ୍ର ନାଏକ । ଘଟଣାଟି ପ୍ରକୃତରେ ୨୦୧୭ ମେ ୧୬ ତାରିଖରେ ଘଟିଥିଲା । ତିଗିରିଆ ଥାନା ଅଞ୍ଚଳରେ ଅଭିଯୁକ୍ତ ରମେଶର ପୁଅର ଏକୋଇଶିଆ କାର୍ଯ୍ୟ ଚାଲିଥିଲା। ସେହିଦିନ ରାତିରେ ରମେଶ ନିଜର ୧୬ ବର୍ଷର ଝିଆରୀ ଶୋଇଥିବା ଘରେ ପଶି ଜବରଦସ୍ତ ତା ସହିତ ଦୁଷ୍କର୍ମ କରିଥିଲା। ସକାଳୁ ପିଡିତାର ଜେଜେ ମା ଜଣଙ୍କ ପିଡିତାକୁ ରକ୍ତାକ୍ତ ଅବସ୍ଥାରେ ଦେଖି ଘଟଣା ସମ୍ପର୍କରେ ପଚାରିଥିଲେ। ପିଡିତା ନିଜ ପିଉସା ଧର୍ଷଣ କରିଥିବାର ଜେଜେ ମା’ କୁ ଜଣାଇଥିଲେ। ଏହାପରେ ଜେଜେ ମା’ ଘଟଣା ସମ୍ପର୍କରେ ଦୁଇ ଦିନ ପରେ ୨୦୧୭ ମେ ୧୮ ତାରିଖରେ ତିଗିରିଆ ଥାନାରେ ଅଭିଯୋଗ ଦାୟର କରିଥିଲେ।

ଘଟଣାର ତଦନ୍ତ କରି ତଦନ୍ତକାରୀ ପୋଲିସ ଅଫିସର ମଧୁସ୍ମିତା ବେହେରା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ନାବାଳିକା ଦୁଷ୍କର୍ମ ଘଟଣାର ତଦନ୍ତ କରି କଟକ ପୋକସୋ କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଥିଲା ତିଗିରିଆ ପୋଲିସ। ପୋକସୋ କୋର୍ଟ ଘଟଣାର ଶୁଣାଣି କରି ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୧ ଟି ତଥ୍ୟପ୍ରମାଣ ଆଧାରରେ ୧୪ ବର୍ଷ ସଶ୍ରମ କାରାଦଣ୍ଡର ଦଣ୍ଡବିଧାନ କରିବା ସହ ୧୦ ହଜାର ଟଙ୍କାର ଜୋରିମାନା ନେଇ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୩ ମାସର ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର କୋର୍ଟ। ଏହା ସହିତ ପିଡିତା କ୍ଷତିପୂରଣ ଆଇନ ଅନୁଯାୟୀ ପୀଡିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି ପୋକସୋ କୋର୍ଟ। କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ଏହି କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ନିର୍ଦ୍ଦେଶ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସ୍ୟୁକୁଟର ରମେଶ ଚନ୍ଦ୍ର ମହାନ୍ତି ଏହି ମାମଲା ପରିଚାଳନା କରୁଥିଲେ।

Leave A Reply

Your email address will not be published.