ସିଂହଦ୍ୱାରରେ ସେବାୟତଙ୍କ ପାଖକୁ ଯିବନି ଦାନ ଅର୍ଥ ,ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଆଗଲା ପଦକ୍ଷେପ

ଭୁବନେଶ୍ବର :ଶ୍ରୀମନ୍ଦିର ସଂପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁମୋଦନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଶ୍ରୀମନ୍ଦିର ପ୍ରଶାସନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ସିଂହଦ୍ୱାର ସମ୍ମୁଖରେ ସୂଚନା ଫଳକ ଲଗାଇବା ସହ ଭକ୍ତମାନଙ୍କୁ ସଚେତନ କରିଛି । ଭକ୍ତମାନେ ଏଣିକି ମହାପ୍ରଭୁଙ୍କୁ ଦାନ କରିବାକୁ ଚାହୁଁଥିବା ଅର୍ଥ, ବସ୍ତୁ ବା ଅଳଙ୍କାର କେବଳ ଦାନ ବାକ୍ସ, ହୁଣ୍ଡି କିମ୍ବା ପ୍ରଶାସନ କାର୍ଯ୍ୟାଳୟରେ ଦାଖଲ କରିବାକୁ ଅନୁରୋଧ କରାଯାଇଛି । ଦାନ ପରେ ରସିଦ ମଧ୍ୟ ଗ୍ରହଣ କରିବାକୁ ଭକ୍ତମାନଙ୍କୁ ଅନୁରୋଧ କରାଯାଇଛି ।

ଏହା ସହ କୌଣସି ଅର୍ଥ କିମ୍ବା ଅଳଙ୍କାର ସେବାୟତ କିମ୍ବା ସେମାନଙ୍କ ସହଯୋଗୀଙ୍କୁ ନଦେବାକୁ କୁହାଯାଇଛି । ଯଦି କେହି କର୍ମଚାରୀ, ସେବାୟତ କିମ୍ବା ସହଯୋଗୀ, ଦାନ ଅର୍ଥ ପାଇଁ ବାଧ୍ୟ କରନ୍ତି, ତେବେ ଏସଂପର୍କରେ ଶ୍ରୀମନ୍ଦିର କାର୍ଯ୍ୟାଳୟ କିମ୍ବା ନିକଟସ୍ଥ ପୋଲିସ ଷ୍ଟେସନରେ ଜଣାଇବାକୁ ସୂଚନା ଦିଆଯାଇଛି । ସୁପ୍ରିମକୋର୍ଟ ଓ ପ୍ରଶାସନର ଏହି ପଦକ୍ଷେପକୁ ଭକ୍ତଙ୍କ ମହଲରେ ସ୍ୱାଗତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.