ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ ଶ୍ରୀମନ୍ଦିର ପରିଚାଳନାଗତ ଅବ୍ୟବସ୍ଥା

Shree Jagannath Templeପୁରୀ : ଶ୍ରୀମନ୍ଦିର ପରିଚାଳନାଗତ ଅବ୍ୟବସ୍ଥା ମାମଲାର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ହେଲେ ଏହାର ଦିନକ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କୁ ନିର୍ବିଘ୍ନରେ ଦର୍ଶନ କରିପାରିବେ ବୋଲି ଦର୍ଶାଯାଇଛି। ଶ୍ରୀମନ୍ଦିର ସେବାୟତ ଦାନ-ଦକ୍ଷିଣା ନେବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦାନ ଗ୍ରହଣ ପାଇଁ ମନ୍ଦିର ପ୍ରଶାସନ ରସିଦ ବ୍ୟବସ୍ଥା କରିଥିବା କୁହାଯାଇଛି।

ସେହିପରି ଆଇନଶୃଙ୍ଖଳା ଓ ଦୁର୍ବ୍ୟବହାରକୁ ରୋକିବା ପାଇଁ ୮୮ଟି ସିସିଟିଭି କ୍ୟାମେରା ଲଗାଯାଇଥିବା ସତ୍ୟପାଠରେ ଦର୍ଶାଯାଇଛି। ଶ୍ରୀମନ୍ଦିର ପରିଚାଳନାଗତ ବିଭ୍ରାଟ, ଭକ୍ତଙ୍କୁ ଶୋଷଣ ଆଦି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଗତ ୮ ତାରିଖରେ ଏହି ମାମଲାର ଶୁଣାଣି କରି କୋର୍ଟ କୌଣସି ଦାନ ସେବାୟତମାନେ ସିଧାସଳଖ ଦେଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହି କମିଟି ବୈଷ୍ଣବ ଦେବୀ, ସୋମନାଥ ମନ୍ଦିର, ସ୍ୱର୍ଣ୍ଣ ମନ୍ଦିର ଆଦି ବିଭିନ୍ନ ମନ୍ଦିର ପରିଦର୍ଶନ କରି ପରିଚାଳନା ବ୍ୟବସ୍ଥା ଦେଖିବେ। ଏଥିପାଇଁ ଏକ କମିଟି ଗଠନ ହୋଇଥିଲେ ମଧ୍ୟ ବିଭିନ୍ନ ଧର୍ମସ୍ଥଳୀ ପରିଦର୍ଶନ କରିନାହାନ୍ତି। ତେଣୁ ଏଥିପାଇଁ ମଧ୍ୟ ରାଜ୍ୟ ସରକାର ସୁପ୍ରମିକୋର୍ଟଙ୍କୁ ସମୟ ମାଗିବେ ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.