ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରା ମାଡ ,ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଗଞ୍ଜାମ (କେନ୍ୟୁଜ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ନିକଟ ମେରୁବନ୍ଧ ସାହିରେ ଯୁବକକୁ ଛୁରାମାଡ । ଆହତ ଯୁବକ ଜଣକ ସ୍ଥାନୀୟ ବାସିନ୍ଦା ଅନିରୁଦ୍ଧ ନାୟକ । ପୂର୍ବରୁ ଲୁଚି ରହିଥିବା ଜଣେ ଯୁବକ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଗୁରୁତର ଆହତ ଅବସ୍ଥାରେ ଯୁବକ ଜଣକ ନିଜେ ନିଜେ ସ୍ଥାନୀୟ ମେଡିକାଲ କୁ ଦଉଡ଼ି ଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ପୂର୍ବ ଶତ୍ରୃତା କୁ କେନ୍ଦ୍ରକରି ଏଭଳି ଆକ୍ରମଣ ହୋଇଥିବା କହିଛି ଆହତ ଯୁବକ ।

 

Leave A Reply

Your email address will not be published.