ମଙ୍କିପକ୍ସ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ: SCB ମେଡିକାଲକୁ କରାଗଲା ନୋଡାଲ ସେଣ୍ଟର

କଟକ(କେନ୍ୟୁଜ୍): ମଙ୍କିପକ୍ସ ମୁକାବିଲା ପାଇଁ SCB ପ୍ରସ୍ତୁତ। ବିଶ୍ୱର ୭୮ ଦେଶରେ ୧୮ ହଜାର ମଙ୍କିପକ୍‌ସରେ ସଂକ୍ରମିତ ହୋଇ ସାରିଲେଣି। ଦେଶରେ ଏପର୍ଯ୍ୟନ୍ତ ୪ଟି ମାମଲା ଚିହ୍ନଟ ହୋଇଛି। କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଗାଇଡଲାଇନ୍‌ ଜାରି କରିଥିବାବେଳେ ରାଜ୍ୟ ସରକାର ବି ମୁକାବିଲା ପାଇଁ ପ୍ରସ୍ତୁତି କରିଛନ୍ତି। ଏଥିପାଇଁ SCB ମେଡିକାଲକୁ ନୋଡାଲ ସେଣ୍ଟର କରାଯାଇଛି।

ମେଡିକାଲ ପକ୍ଷରୁ ମେଡିସିନ୍‌, ପେଡିଆଟ୍ରିକ, ମଇକ୍ରୋ ବାୟୋଲୋଜି, ଗାଇନିକ୍‌ ଓ ସ୍କିନ୍‌ ବିଭାଗର ଡାକ୍ତରଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି। ଆଉଟଡୋର ଓ ଇନଡୋରକୁ ଆସୁଥିବା ସମସ୍ତ ରୋଗୀଙ୍କ ଉପରେ ନଜର ରଖିବା ପାଇଁ ସବୁ ବିଭାଗକୁ ସଜାଗ କରି ଦିଆଯାଇଛି। ସେହିପରି ସ୍ୱତନ୍ତ୍ର ଆଇସୋଲେସନ୍‌ ୱାର୍ଡରେ ୨ଟି ଏବଂ ICU ବେଡ୍‌ ୪ଟି ପ୍ରସ୍ତୁତ କରି ରଖାଯାଇଛି। ଯଦି କୌଣସି ରୋଗୀ ଆସନ୍ତି ତେବେ SCB ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ମଙ୍କିିପକ୍ସର ନୋଡାଲ ଅଧିକାରୀ ଡାକ୍ତର ଜୟନ୍ତ ପଣ୍ଡା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.