ବଦଳିବ କ୍ରୀଡ଼ା ଭୁଗୋ, ତୃଣମୂଳ ସ୍ତରରେ ସୁଦୃଢ଼ ହେବ ରାଜ୍ୟର କ୍ରୀଡା ଭିତ୍ତିଭୂମି

ଭୁବନେଶ୍ବର(କେନ୍ଯୁଜ୍): ବଦଳିବ ରାଜ୍ୟର କ୍ରୀଡ଼ା ଭୁଗୋଳ । ତୃଣମୂଳ ସ୍ତରରେ ସୁଦୃଢ଼ ହେବ ରାଜ୍ୟର କ୍ରୀଡା ଭିତ୍ତିଭୂମି । ଏଥିପାଇଁ ପ୍ରସ୍ତୁତ ହେଉଛି ନକ୍ସା । କ୍ରାଡ଼ା ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମାଣ ହେବ ସ୍ୱତନ୍ତ୍ର ସ୍କୁଲ । ଫଳରେ ସ୍ପୋର୍ଟସ ହଷ୍ଟେଲର ଛାତ୍ରଛାତ୍ରୀ ସେମାନଙ୍କ କ୍ୟାମ୍ପସରେ ହିଁ ପାଠ ପଢ଼ିବେ । ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ଅଧିକ ସମୟରେ ଖେଳ ସହ ବାନ୍ଧି ରଖିବା ପାଇଁ ଏହି ଯୋଜନା ପ୍ରସ୍ତୁତ ହେଉଛି । ସ୍ପୋର୍ଟସ ହଷ୍ଟେଲ କ୍ୟାମ୍ପସରେ ଖୋଲିବ ନୂଆ ବିଦ୍ୟାଳୟ ।

ଆଉ ୧୫ ଜିଲ୍ଲାରେ ଖୋଲିବ କ୍ରାଡ଼ା ଛାତ୍ରାବାସ । ଏବେ ୧୫ ଜିଲ୍ଲାରେ କ୍ରୀଡା ଛାତ୍ରାବାସ ରହିଛି । କ୍ରୀଡା ବିକାଶ ପାଇଁ ବିଦ୍ୟାଳୟ ଗୁଡିକୁ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଦିଆଯାଉଛି । ପ୍ରାଥମିକ ସ୍କୁଲକୁ ୫ ହଜାର ଟଙ୍କା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକ ଗୁଡିକୁ ୧୦ ହଜାର ଟଙ୍କା ଦିଆଯାଉଛି । ଗତବର୍ଷ ବଜେଟରେ ୨୭୫ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ଚଳିତବର୍ଷ ୩୭୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ରାଜ୍ୟର ୩୧୪ ବ୍ଲକ ଓ ୧୧୭ ପୌରାଞ୍ଚଳରେ ମିନି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ସାରା ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.