ମା’ କୋଳକୁ ଫେରିଲା ଚୋରି ଶିଶୁ, ସ୍ଥାନୀୟ ବଜାରରୁ ଉଦ୍ଧାର କଲେ କିଛି ମହିଳା

ରାୟଗଡ଼ା(କେନ୍ୟୁଜ୍): ମା’ କୋଳକୁ ଫେରିଲା ଚୋରି ଶିଶୁ। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ଶିଶୁ ସ୍ଥାନୀୟ ବଜାରରୁ ଉଦ୍ଧାର ହୋଇଛି। ଗୁମ୍ମା ନିକଟ ବଡ଼ ବାଲେଶ୍ୱର ଗାଁର କଳିତ୍‌ ହିକକା ନିଜ ପୁଅର ଦେହ ଖରାପ ପାଇଁ ମୁଖ୍ୟ ଚିକିତ୍ସାଲୟକୁ ଯାଇଥିଲେ। ସେ ବାହାରେ ଶୋଇଥିବା ବେଳେ ତାଙ୍କ ତିନିବର୍ଷର ଶିଶୁକୁ ଚୋରି କରି ନେଇଯାଇଥିଲେ।

ଡାକ୍ତରଖାନାରୁ ଶିଶୁ ଚୋରି ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ରାୟଗଡା ଥାନାରେ ଏତଲା ଦିଆଯାଇଥିଲା। ଚୋରିର ଭିଜୁଆଲ ଡାକ୍ତରଖାନା ସିସିଟିଭିରେ କଏଦ ହୋଇଥିଲା। ପରେ ସ୍ଥାନୀୟ ବଜାର ନିକଟରେ ଶିଶୁଟି କାନ୍ଦୁଥିବା ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ମହିଳା ମାନେ ଶିଶୁଟିକୁ ଉଦ୍ଧାର କରିଥିଲେ। ଶିଶୁଟି ଏବେ ମା କୋଳକୁ ଫେରିଛି।

Leave A Reply

Your email address will not be published.