ରାଜନୀତି ମଇଦାନରେ ଶିକ୍ଷିତ ଛାତ୍ରଛାତ୍ରୀ , ନିର୍ବାଚନ ଲଢୁଛନ୍ତି ବିଟେକ,ଏମବିଏ ଏବଂ ଏମସିଏ ଛାତ୍ର

ନବରଙ୍ଗପୁର (କେନ୍ୟୁଜ): ରାଜନୀତି ମଇଦାନରେ ଶିକ୍ଷିତ ଛାତ୍ରଛାତ୍ରୀ । ନବରଙ୍ଗପୁର ଜିଲ୍ଲାର ଝରିଗାଁ ଏବଂ ଉମରକୋଟ ବ୍ଲକ୍‌ରେ ପଞ୍ଚାୟତ ନିର୍ବାଚନ ଲଢୁଛନ୍ତି ଏମବିଏ, ଏମସିଏ ଓ ବିଟେକ ଛାତ୍ରଛାତ୍ରୀ । ଝରିଗାଁ ପଞ୍ଚାୟତରୁ ସମିତି ସଭ୍ୟ ଭାବରେ ଛିଡା ହୋଇଛନ୍ତି ବିଟେକ ଛାତ୍ରୀ କୁନ୍ତଳା ମାଝୀ । ଜନ ସାଧାରଣଙ୍କ ସେବା ଲକ୍ଷରେ ରାଜନୀତିରେ ପାଦ ଦେଇଥିବା ସେ କହିଛନ୍ତି । ସେହିପରି ସରପଞ୍ଚ ପାର୍ଥୀ ଭାବରେ ରାଜନୀତି ରଣାଙ୍ଗନରେ ଏମସିଏ ଛାତ୍ର ଲକ୍ଷ୍ମୀଧର ପୂଜାରୀ । ନିର୍ବାଚନୀ ଚିହ୍ନ ପାଇବା ପରେ ଘର ଘର ବୁଲି ଭୋଟ ମାଗୁଛନ୍ତି ଲକ୍ଷ୍ମୀଧର ।

ସେପଟେ ଉମରକୋଟ ବ୍ଲକ୍‌ର ରାଜପୂର୍‌ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି MBA ଦିତ୍ୱୀୟ ବର୍ଷର ଛାତ୍ର କ୍ରିଷ୍ଣା । ନିଜ ପଞ୍ଚାୟତର ବିକାଶ ପାଇଁ ରାଜନୀତିକୁ ଆସିଥିବା କହିଛନ୍ତି । ଡ଼ିଜିଟାଲ୍‌ ଇଣ୍ଡିଆ କୁହାଯାଉଥିବା ବେଳେ ଅନେକ ଗାଁ ରେ ବହୁ ସମସ୍ୟା ରହିଛି । ନିର୍ବାଚନ ଜିତିବା ପରେ ସରକାରଙ୍କ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ତାଙ୍କ ଲକ୍ଷ ବୋଲି ସେ କହିଛନ୍ତି । ରାଜନୀତିରେ ନୂଆ କରି ପାଦ ଥାପିଥିବା ଏହି ଶିକ୍ଷିତ ପ୍ରାର୍ଥୀଙ୍କୁ ମଧ୍ୟ ପସନ୍ଦ କରୁଛନ୍ତି ଭୋଟର ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.