ବଦଳିଲା ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ସ୍କୁଲରେ ଭାଗ ନେବେ ଛାତ୍ରଛାତ୍ରୀ; ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର (କେନ୍ୟୁଜ): ସ୍ଵାଧିନତା ଦିବସ ପାଳନ କଟକଣାକୁ ନେଇ ବଦଳିଲା ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ୭୬ତମ ସ୍ୱାଧୀନତା ଦିବସ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ପାଳିତ ହେବ । ସମଗ୍ର ରାଜ୍ୟର ଶିକ୍ଷାନୁଷ୍ଠାନରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସ ୨୦୨୨ ରେ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ । ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ସମଗ୍ର ଶିକ୍ଷାନୁଷ୍ଠାନରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସ ୨୦୨୨ରେ ସ୍କୁଲ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିପାରିବେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସ୍ୱାଧୀନତା ଦିବସ ପରି ଏକ ଜାତୀୟ ଉତ୍ସବରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ ।

ରାଜ୍ୟରେ କେଉଁଠି କୋଭିଡ୍‌ କଟକଣା ନାହିଁ କହିଲେ ଚଳେ । ବାହାଘର କି ଯାନିଯାତ୍ରାରେ କିଛି ପ୍ରତିବନ୍ଧକ ନାହିଁ । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ଏଥର ଶ୍ରୀକ୍ଷେତ୍ରରେ ରଥ ବି ଗଡ଼ିଲା । କିନ୍ତୁ କୋଭିଡ୍‌-୧୯ ଆଳ ଦେଖାଇ ଏଥର ମଧ୍ୟ ସରକାର ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ କଟକଣା କଷିଥିଲେ । ବିନା ପରେଡ୍‌ରେ ଜାତୀୟ ପତାକା ଉତ୍ତୋଳନ ହେବ ଏବଂ ସାଧାରଣ ଲୋକେ ଉତ୍ସବ ଉପଭୋଗ କରିପାରିବେନି ବୋଲି ସରକାର ନିଷ୍ପତ୍ତି ନେଇଥିଲେ । ତେବେ ସରକାର ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରିଛନ୍ତି।

ସୂଚନା ଥାଉକି, ଗତ ଦୁଇ ବର୍ଷ ହେବ କରୋନା ପାଇଁ ସ୍ୱାଧିନତା ଦିବସ ପାଳନ ଆଡମ୍ୱର ସହ ପାଳନ ହେଉନଥିଲା । କେବଳ ପତାକା ଉତ୍ତୋଳନକୁ ଛାଡିଦେଲେ ନାଁ ପରେଡ ହେଉଥିଲା ନାଁ କେହି ଭାଗ ନେଉଥିଲେ । ତେବେ ଦୁଇବର୍ଷ ପରେ ଚଳିତ ବର୍ଷ ପରେଡରେ ଛାତ୍ରଛାତ୍ରୀମାନେ ସାମିଲ ହେବେ ବୋଲି ନିଷ୍ପତ୍ତି ହୋଇଛି ।

 

Leave A Reply

Your email address will not be published.