ନୟାଗଡ(କେନ୍ୟୁଜ୍): ରସିକିଆ ହିନ୍ଦୀ ଶିକ୍ଷକଙ୍କ ବଦଳି ଦାବିରେ ଆନ୍ଦୋଳନରେ ବସିଲେ ଛାତ୍ରଛାତ୍ରୀ । ନୂଆଗାଁ ବ୍ଲକ ଡିମିରିପଲି ସରକାରୀ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ରବୀନ୍ଦ୍ର ଷଡଙ୍ଗୀଙ୍କ ନାରେ ଆସିଛି ସଙ୍ଗୀନ ଅଭିଯୋଗ।
ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ରବୀନ୍ଦ୍ର ଷଡଙ୍ଗୀ ଦୁଇ ମାସ ତଳେ ବିଦ୍ୟାଳୟରେ ଯୋଗ ଦେଇଥିବା ବେଳେ, ସେ ପ୍ରଧାନ ଶିକ୍ଷକ ଚାର୍ଜରେ ମଧ୍ୟ ଥିଲେ । ତେବେ ବିଭିନ୍ନ ସମୟରେ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷତ୍ରୀମାନଙ୍କୁ ମାନସିକ ନିର୍ଯ୍ୟାତନା ସହ ହଇରାଣ କରୁଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା, ଝିଅ ପିଲାମାନଙ୍କର ଦେହରେ ହାତ ମାରିବା , ବିଦ୍ୟାଳୟ ଭିତରେ ମଦ୍ୟପାନ କରିବା , ହଷ୍ଟେଲରେ ଯାଇ ପୁଅ ପିଲାମାନଙ୍କୁ ହଇରାଣ କରିବା, ତାଙ୍କ ଗାଡି ଧୁଆଇବା ଭଳି ବହୁ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିଲେ । ଏପରିକି ହରିଜନ ଆଦିବାସୀ ଭେଦଭାବ କରିବା, ବିଦ୍ୟାଳୟର ଅର୍ଥ ହଡପ କରିବା ଭଳି ବହୁ ଘଟଣା କରିଥିବା ନେଇ ଅଭିଯୋଗ ଆସିଥିଲା । ହିନ୍ଦୀ ଶିକ୍ଷକ ରବୀନ୍ଦ୍ର ଷଡଙ୍ଗୀ ବିଦ୍ୟାଳୟକୁ ଆସିବା ଦିନଠାରୁ ଏକ ଅଶାନ୍ତି ବାତାବରଣ ସୃଷ୍ଟି କରିଥିଲେ । ଏପରିକି ବିଦ୍ୟାଳୟରେ ଅଭିଭାବକ ବୈଠକରେ ମଧ୍ୟ ସେ ବିଭିନ୍ନ କଟୁ ସମାଲୋଚନା କରିଥାନ୍ତି । ଶେଷରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ସାମ୍ନାରେ ଏକାଠି ହୋଇ ଆନ୍ଦୋଳନରେ ବସିଥିବା ବେଳେ ବିବାଦୀୟ ହିନ୍ଦୀ ଶିକ୍ଷକଙ୍କ ନିଲମ୍ବନ ଦାବି କରିଛନ୍ତି ।
ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଦୀର୍ଘ ଚାରିଘଣ୍ଟା ଆନ୍ଦୋଳରେ ବସିଲା ପରେ ବିଭାଗୀୟ ଅଧିକାରୀ , ନୂଆଗାଁ ବିଡିଓ ଘଟଣା ସ୍ଥଳକୁ ଆସିଥିଲେ । ଉତ୍ୟକ୍ତ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଏକ ପ୍ରକାର ବୁଝା ସୁଝା କରିବା ପରେ , ତୁରନ୍ତ ହିନ୍ଦୀ ଶିକ୍ଷକ ଙ୍କୁ ବଦଳି କରାଯାଇଥିଲା । ତେବେ ତାଙ୍କୁ କାର୍ଯ୍ୟରୁ ନୀଲମ୍ବନ ନ କଲେ କେହି ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କହିଥିଲେ । ପରେ ବୁଝା ସୁଝା କରିବା ପରେ ଏକ ପ୍ରକାର ଆନ୍ଦୋଳନରୁ ଉଠିଥିଲେ । ତେବେ ବିଗତ ଦିନରେ ଅନ୍ୟ ବିଦ୍ୟାଳୟ ଗୁଡିକରେ ହିନ୍ଦୀ ଶିକ୍ଷକ ଥିବାବେଳେ ରବୀନ୍ଦ୍ର ଷଡଙ୍ଗୀଙ୍କ ନାମରେ ମଧ୍ୟ ବହୁ ଅଭିଯୋଗ ଆସିଥିଲା ।