ଦିିନିକିଆ ରିମାଣ୍ଡରେ ୱେବ ପୋର୍ଟାଲ ସମ୍ପାଦକ ସୁଧାଂଶୁ ରାଉତ ଓ ପ୍ରତିନିଧି, ଚାଲିଛି ଘନ ଘନ ଜେରା

ଭୁବନେଶ୍ବର(କେନ୍ଯୁଜ୍): ଦିିନିକିଆ ରିମାଣ୍ଡରେ ୱେବ ପୋର୍ଟାଲ ସମ୍ପାଦକ ସୁଧାଂଶୁ ରାଉତ ଓ ପ୍ରତିନିଧି। ଅଲିମ୍ପିଆନ ଦୂତୀଙ୍କୁ ମାନସିକ ଉତ୍ପୀଡ଼ନ ଅଭିଯୋଗରେ ଗିରଫ ୱେବ ପୋର୍ଟାଲ ସମ୍ପାଦକ ସୁଧାଂଶୁ ରାଉତ ଓ ରିପୋର୍ଟର ସ୍ମ୍ରୁତିଞ୍ଜନ ବେହେରାଙ୍କୁ ଦିନିକିଆ ରିମାଣ୍ଡରେ ଆଣିଛି ମହିଳା ଥାନା ପୋଲିସ। ତାଙ୍କୁ କିଏ କିଏ ସାହାଯ୍ୟ କରୁଥିଲେ ? କାହା ପ୍ରରୋଚନାରେ ଦୂତୀଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିଲେ କି ? ୱେବ୍‌ ପୋର୍ଟଲ ଏଡିଟରଙ୍କ କ୍ରାଇମ୍‌ ୱେଭ୍‌ରେ ଆଉ କିଏ କିଏ ସମ୍ପୃକ୍ତ? ଖବର ପ୍ରସାରଣ ପଛରେ କେଉଁ କାରଣ ରହିଛି ? ଏ ସବୁର ଉତ୍ତର ଖୋଜୁଛି ପୋଲିସ୍।

ଦୂତୀ ଟୋକିଓରେ ଅଲିମ୍ପିକ୍ସ ଖେଳୁଥିବା ସମୟରେ ୱେବ ପୋର୍ଟାଲ ତାଙ୍କୁ ହତୋତ୍ସାହିତ କରିବା ଭଳି ଖବର ପ୍ରସାରଣ କରୁଥିଲା। ଦୂତୀ ମଧ୍ୟ ସେମାନଙ୍କ ବିରୋଧରେ ୫ କୋଟି ଟଙ୍କାର ମାନହାନି ମାମଲା କରିଛନ୍ତି। ମାମଲାର ଶୁଣାଣି ନହେବା ପର୍ଯ୍ଯନ୍ତ ଏଭଳି ଖବର ପ୍ରସାରଣ ଉପରେ କୋର୍ଟ ରୋକ୍‌ ଲଗାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.