କଡା ସୁରକ୍ଷା ବଳୟ ଭିତରେ ଏକାଠି ଅଛନ୍ତି ସୁମିତ୍ ଓ ତପସ୍ବିନୀ, ସଂପର୍କ ଯୋଡ଼ିବାକୁ SDJM କୋର୍ଟଙ୍କ ଉଦ୍ୟମ

ବ୍ରହ୍ମପୁର(କେନ୍ଯୁଜ୍): ଶ୍ୱଶୁର ଘର ସମ୍ମୁଖରେ ନବବଧୂ ତପସ୍ୱିନୀ ଧାରଣା ଦେବା ମାମଲାରେ ଏସ୍‌ଡିଜେଏମ୍‌ କୋର୍ଟ  ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ପରେ ଏବେ ଉଭୟ ସୁମିତ୍ ଓ ତପସ୍ବିନୀ ଏକାଠି ଅଛନ୍ତି। ଉଭୟଙ୍କ ମଧ୍ୟରେ ସଂପର୍କ ଯୋଡ଼ିବାକୁ SDJM ଏପରି ଉଦ୍ୟମ କରିଛନ୍ତି।

ଉଭୟଙ୍କୁ ୭ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି SDJM। ଉଭୟଙ୍କୁ ଆସିକା ଚିନି ଶିଳ୍ପ ଅତିଥି ଭବନରେ ରଖାଯାଇଛି। ଆସିକା ଥାନା ଅଧିକାରୀଙ୍କ ଦାୟିତ୍ୱରେ ଉଭୟଙ୍କୁ ଛଡାଯାଇଛି। ଉକ୍ତ ଘର ବାହାରେ ୨୪ ଘଣ୍ଟା ଧରି କଡା ସୁରକ୍ଷା ବଳୟ ରହିଛି । ଦାୟିତ୍ୱରେ ଖୋଦ୍ ଆସକା ଥାନା ଆଇଆଇସି ରହିଛନ୍ତି। ୭ ଦିନ ମଧ୍ୟରେ ଉଭୟଙ୍କୁ କାହା ସହ ଦେଖା ସାକ୍ଷାତ କରିଦିଆଯିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.