ପାଠପଢା ପ୍ରତି ଆହୁରି ବଢିବ ଆଗ୍ରହ: ଉତ୍ତମ ଶିକ୍ଷାର ପ୍ରସାର ନିମନ୍ତେ ଆରମ୍ଭ ହେଲା ‘ସୁପର୍‌ ୩୦’ କାର୍ଯ୍ଯକ୍ରମ

ଆଠଗଡ଼: ଜୀବନରେ ଶିକ୍ଷାର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ। ଶିକ୍ଷା ହିଁ ତ ସମାଜର ମେରୁଦଣ୍ଡ। ଯେଉଁଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଏପରିପେକ୍ଷୀରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ତମ ଶିକ୍ଷାର ପ୍ରସାର ନିମନ୍ତେ କଟକ ଜିଲ୍ଲାପାଳଙ୍କ ଜରିଆରେ ଆରମ୍ଭ ହୋଇଛି ସୁପର୍‌ ୩୦ ଭଳି ଏକ ଅଭିନବ ପ୍ରାୟାସ।

୩୦ଜଣ ଛାତ୍ର ଛାତ୍ରୀ ଯେଉଁମାନେ ମାଟ୍ରିକ୍‌ ପରୀକ୍ଷାରେ A1ରେ ଉର୍ତ୍ତିଣ୍ଣ ହୋଇଛନ୍ତି ସେମାନଙ୍କୁ ନେଇ ଏକ ପାଇଲଟ୍‌ ପ୍ରୋଜେକ୍ଟ ଭାବରେ ତାଙ୍କର ଶିକ୍ଷାର ଗୁଣାତ୍ମକ ମୂଲ୍ଯବୋଧକୁ ସୁଦୃଢ କରିବା ଉଦେଶ୍ଯରେ ଏହି କାର୍ଯ୍ଯକ୍ରମ କରାଯାଉଛି । ଖାଲି ସେତିକି ନୁହେଁ ଉତ୍ତମ ଶିକ୍ଷାର ଅଗ୍ରଗତି ହେବା , ପରସ୍ପର ମଧ୍ୟରେ ପ୍ରତିଯୋଗିତା ମୂଳକ ଶିକ୍ଷା ଲାଭ କରି ପାରିବା ଓ ଅଧିକ ରୁ ଅଧିକ ଛାତ୍ର ଛାତ୍ରୀ ମାନେ କିଭଳି A+ ରଖି ଉର୍ତ୍ତିଣ୍ଣ ହେବେ ସେଇ ଆଶା ନେଇ ଏହି ସୁପର୍‌ ୩୦ କାର୍ଯ୍ଯକ୍ରମକୁ ଶୁଭାରମ୍ଭ କରିଥିବା କହିଛନ୍ତି କଟକ ଜିଲ୍ଲାପାଳ ଡ଼. ଭବାନୀ ଶଙ୍କର ଚୟନି।

student

ଯାହାକି କଟକ ଜିଲ୍ଲାର ଆଠଗଡ଼ ଉପଖଣ୍ଡରେ ପ୍ରଥମ କରି ଶୁଭାରମ୍ଭ କରାଯାଇଛି। ଆଠଗଡ଼ ସହରର ସର୍ବ ପୂରାତନ ବିଦ୍ୟାପୀଠ ବିଶ୍ବନାଥ ବିଦ୍ୟାପୀଠ ପରିସରରେ କଟକ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ଶୁଭାରମ୍ଭ ହୋଇଥିବା ଏହି ସୁପର ୩୦ କାର୍ଯ୍ଯକ୍ରମ ରେ ମୁଖ୍ଯ ଅତିଥି ଭାବରେ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରଦୀପ ପ୍ରଜ୍ୱଳନ କରି ଏହାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଗୋଟିଏ ପିରୋଡ଼ କ୍ଲାସ୍‌ ନେଇ ଛାତ୍ର ଛାତ୍ରୀ ମାନଙ୍କର ପାଠ୍ଯ ସମ୍ବଦ୍ଧିୟ ସନ୍ଦେହକୁ ଦୂରୀକରଣ କରିଥିଲେ । ପରିଶେଷରେ ଏହି ସୁପର୍‌ ୩୦ କାର୍ଯ୍ଯକ୍ରମକୁ ଆଠଗଡରେ ପ୍ରଥମ ଥର କରାଯାଇଥିବାରୁ ଜିଲ୍ଲାପାଳଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

କଟକ ଜିଲ୍ଲାପାଳଙ୍କ ଜରିଆରେ ଆରମ୍ଭ ହୋଇଥିବା ଏହି ସୁପର୍‌ ୩୦ କାର୍ଯ୍ଯକ୍ରମ ଛାତ୍ର ଛାତ୍ରୀଙ୍କ ମଧ୍ଯରେ ଶିକ୍ଷାକୁ ନେଇ ଆହୁରୀ ତତ୍ପରତା ପ୍ରକାଶ ପାଇବା ସହିତ ସେମାନଙ୍କର ଗୁଣାତ୍ମକ ମୂଲ୍ଯବୋଧକୁ ଆହୁରୀ ସୁଦୃଢ କରିବ ଏଥିରେ ଦ୍ବନ୍ଦ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.