କଂଗ୍ରେସ ଦଳର ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ, ଆଉ ସବୁ ପାଣିର ଗାର : ସୁରେଶ ରାଉତରାୟ

(କେନ୍ୟୁଜ):  ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟି ଭୁବନେଶ୍ୱର ଫେରିଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ । ଫେରିଲା ପରେ ଗଣମାଧ୍ୟମଙ୍କୁ ସୁର କହିଛନ୍ତି ଜୟପୁର ସେମିନାର ସାରିବା ପରେ ମେ ୨୦ ତାରିଖ ଭିତରେ ପିସିସି ପରିବର୍ତନ ହେବ । ବୈଠକରେ ରାହୁଲ ସମସ୍ତଙ୍କ ପରାମର୍ଶ ନେଇଛନ୍ତି । ମାକ୍ସ ଭିତରେ ଆଲୋଚନା ନ କରିବାକୁ ଆମେ ଅନୁରୋଧ କରିଥିଲେ । ଏହାପରେ ସମସ୍ତଙ୍କ ସହ ଜଣ ଜଣ କରି ଆଲୋଚନା କରିଥିଲେ ରାହୁଲ ।. ପିସିସି ପରିବର୍ତନ ସହ ୪ ଜଣ ୱାର୍କିଙ୍ଗ ପ୍ରେସିଡେଣ୍ଟ, ୮ ଜଣ ଉପସଭାପତି ସହ ୨୦ ଜଣ ସମ୍ପାଦକ ଦେବା ପାଇଁ ମୁଁ ପ୍ରସ୍ତାବ ଦେଇଛି । କଂଗ୍ରେସ ଦଳର ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ । ଆଉ ସବୁ ପାଣିର ଗାର ସେ ଯାହା ନିଷ୍ପତି ନେବେ ସେଇଆ ହେବ।ମୁଁ ବିଧାୟକ ଦଳ ନେତା କି ପିସିସି ହେବ ରେସରେ ନାହିଁ ବୋଲି ସୁର କହିଛନ୍ତି ।

ଅନ୍ୟପଟେ ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ ସୋନିଆ ଗାନ୍ଧୀଙ୍କୁ ଭେଟିବ ନେଇ ହେଉଥିବା ଚର୍ଚ୍ଚା ଉପରେ ସୁରେଶ ରାଉତରାୟ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜୟ ପଟ୍ଟନାୟକ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ସ୍ଲିପ ଦେଇଛନ୍ତି ବୋଲି ମୁଁ ଶୁଣିଛି । ତାସହ ବ୍ରଜ ତ୍ରିପାଠୀ ମଧ୍ୟ୍ୟ ସୋନିଆ ଗାନ୍ଧୀଙ୍କୁ ଦେଖା କରିଛନ୍ତି। ଯେଉଁମାନେ କଂଗ୍ରେସ ଦଳରେ ମିଶିବାକୁ ଚାହିଁବେ ଆମେ ତାଙ୍କୁ ୱେଲକମ କରିବୁ। ୨୦୨୪ କଂଗ୍ରେସ ସରକାରଙ୍କୁ ଆସିବ।

କେବଳ ସେତିକି ନୁହେଁ ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସ କିଶୋର ପଲେଲଙ୍କୁ ପାର୍ଥି କରିବା ପ୍ରସଙ୍ଗରେ ସୁରେଶ ରାଉତରାୟ କହିଛନ୍ତି କିଶୋର ଜଣେ ଦକ୍ଷ ଲୋକ। ପୂର୍ବରୁ ସେ ବାଚସ୍ପତି ଓ ମନ୍ତ୍ରୀ ପଦ ତୁଲାଇ ସାରିଛନ୍ତି। ବ୍ରଜରାଜନଗର ଅଞ୍ଚଳ ପାଇଁ ବହୁତ ଉର୍ନତମୂଳକ କାଯ୍ୟ କରିଛନ୍ତି। ମୁଁ ଭାବୁଛି ଏ ଉପନିର୍ବାଚନରେ ସିଏ ହିଁ ବିଜୟଲାଭ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.