ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ; ହତ୍ୟା ଅଭିଯୋଗ ଆଣିଲେ ଝିଅ, କହିଲେ: ମୋ ମାକୁ ମାରି ଟାଙ୍ଗି ଦେଇଛି ବାପା!

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ମନ୍ଦରୀ ପ୍ରବୋଧପୁର ଗ୍ରାମରେ ଜଣେ ୨୭ ବର୍ଷୀୟ ମହିଳାଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ସେହି ଗ୍ରାମର ଗ୍ରାମର କୁନା ମଳିକଙ୍କ ସ୍ତ୍ରୀ ରଂଜିତା ମଳିକ ବୋଲି ସୂଚନା ମିଳିଛି। କୁନା ଦୀର୍ଘ ୧୨ ବର୍ଷ ହେବ ସେହି ଗ୍ରାମର ଲଷ୍ମୀଧର ମଳିକଙ୍କ ଝିଅ ରଞ୍ଜିତାକୁ ଭଲ ପାଇ ବିବାହ କରିଥିଲେ। ଦୀର୍ଘଦିନ ଧରି ଉଭୟଙ୍କ ମଧ୍ୟରେ ଭଲ ଚାଲିଥିବା ବେଳେ ଏଇ କିଛିଦିନ ଧରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା। ହେଲେ ଗତକାଲି ୩୦ ହଜାର ଟଙ୍କା ନିଜ ବାପା ଘରୁ ଆଣିବାକୁ କହିଥିଲା। କିନ୍ତୁ ଏଥିରେ ସେ ରାଜି ନହେବାରୁ ତାକୁ ମାରିଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ମା।

ଅନ୍ୟପଟେ ନିଜ ମାକୁ ସବୁବେଳେ ମାରପିଟି କରିବା ସହିତ ମୋ ବାପା ମୋ ମାକୁ ,ମାରି ଟାଙ୍ଗି ଦେଇଥିବା କଥା କହିଛନ୍ତି ମୃତକଙ୍କ ଝିଅ। ଖବର ପାଇ ଘଟଣା ସ୍ଥଳରେ ବାସୁଦେବପୁର ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇବା ସହିତ ତାର ସ୍ୱାମୀକୁ ଥାନାକୁ ନେଇ ଅଟକ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.