ମୟୁରଭଞ୍ଜ ଯଶିପୁର ଠାରେ ସ୍ୱର୍ଣ୍ଣ ଜୟନ୍ତୀ ପାଳନ, ଜାଣନ୍ତୁ ଆଜି ଦିନର ମହତ୍ତ୍ବ

କରଞ୍ଜିଆ(କେନ୍ଯୁଜ୍): ମୟୁରଭଞ୍ଜ ଜିଲ୍ଲାରେ ପାଳନ ହୋଇଯାଇଛି ସ୍ୱର୍ଣ୍ଣ ଜୟନ୍ତୀ। ସୂଚନା ମୁତାବକ, ୧୯୭୧ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିଲା ଯୁଦ୍ଧ। ପୂର୍ବ ପାକିସ୍ତାନର ଗଙ୍ଗା ସାଗରରେ ଠିକ୍ ଆଜିର ଦିନରେ ଏହି ଯୁଦ୍ଧ ହୋଇଥିଲା । ସେହି ସମୟ ଯେମିତି ଲୋମହର୍ଷଣକାରୀ ଥିଲା ତା ଠାରୁ ଅଧିକ ଥିଲା ଦେଶ ମାତୃକା ପାଇଁ ପ୍ରାଣ ବଳି ଦେବାର ଉତ୍ସର୍ଗୀକୃତ ଭାବନା ।

ମୁକ୍ତି ବାହିନୀ ଓ ଭାରତୀୟ ସୈନ୍ୟ ବାହିନୀ ମିଶି ପାକିସ୍ତାନ ସହ ଯୁଦ୍ଧ କରି ତାକୁ ହରାଇବାରେ ସଫଳ ମଧ୍ଯ ହୋଇଥିଲେ । ଏଥିରେ ବହୁତ ସୈନ୍ୟ ଯୁଦ୍ଧରେ ପ୍ରାଣ ହରାଇଥିଲେ। ଆଜି ଦିନକୁ ମନେପକାଇବା ଏବଂ ଶହୀଦଙ୍କ ସ୍ମ୍ରୁତିରେ ମୟୁରଭଞ୍ଜ ଜିଲ୍ଲାର ଯଶିପୁର ଠାରେ ପାଳନ ହୋଇଯାଇଛି ସ୍ୱର୍ଣ୍ଣ ଜୟନ୍ତୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.