ଭଗ୍ନ ଅବସ୍ଥାରେ ପଡିରହିଛି ନୂଆନଈ ଉପରେ ନିର୍ମାଣ ହୋଇଥିବା ସ୍ଲୁଇସ ଗେଟ୍: ହଇରାଣ ହେଉଛନ୍ତି ୧୦ଟି ପଂଚାୟତର ଶହ ଶହ ଚାଷୀ

ଚାନ୍ଦବାଲି : ଚାଷୀଙ୍କ କାମରେ ଆସୁନି ସ୍ଲୁଇସ ଗେଟ୍ । ଦୀର୍ଘ ବର୍ଷ ତଳେ ନିର୍ମାଣ କରାଯାଇଥିବା ସୁଇସଗେଟ ଭାଙ୍ଗିରୁଜି ଗଲାଣି । ହେଲେ ବିଭାଗୀୟ ଅ‌ଧିକାରୀଙ୍କ ଏଥିପ୍ରତି ନିଘା ନାହିଁ । ଫଳରେ ହଇରାଣ ହେଉଛନ୍ତି ଶହଶହ ଚାଷୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ପଂଚାୟତର ମନ୍ତେଇ ନଦୀର ଶାଖା ନୂଆନଈ ଉପରେ ନିର୍ମାଣ ହୋଇଥିବା ସୁଇସଗେଟ ଏବେ ଭଗ୍ନ ଅବସ୍ଥାରେ ପଡିରହିଛି ।

ଏହି ସ୍ଲୁଇସ ଗେଟର ଗେଟ ପଡୁନଥିବା ବେଳେ ଉପର ଅଂଶ ମଧ୍ୟ ଭାଙ୍ଗିରୁଜି ଗଲାଣି । ଫଳରେ ଚାଷୀମାନେ ଉପକୃତ ହୋଇପାରୁନାହାଁନ୍ତି ଉକ୍ତ ସ୍ଲୁଇସ ଗେଟରୁ । ଏମିତି ଅଭିଯୋଗ କରିଛନ୍ତି ପାଖାପାଖି ୧୦ଟି ପଂଚାୟତର ଚାଷୀ । ଏହି ସ୍ଲୁଇସ ଗେଟ ଉପରେ ବଜାରପୁର , ଗୋପିନାଥପୁର ,ତୋଟାପଡା ସମେତ ପାଖାପାଖି ୧୦ ଗୋଟି ପଂଚାୟତର ଶହ ଶହ ଚାଷୀ ନିର୍ଭର କରି ଚାଷ କରନ୍ତି । ହେଲେ ସ୍ଲୁଇସ ଗେଟ କାମ କରୁନଥୁବାରୁ ଚାଷୀ ହତାସ ।

swiss gateଲୁଣା ପାଣି ଅଟକାଇବା ସହ ଚାଷୀଙ୍କ ଜମିକୁ ମାଡିବ ମିଠା ପାଣି । ଏହି ଉଦ୍ଦେଶ୍ୟରେ ସରକାରଙ୍କ ତରଫରୁ ନିର୍ମାଣ କରାଯାଇଥିଲା ସ୍ଲୁଇସ ଗେଟ । ତାହାସହ ମିଠାପାଣିକୁ ସଂରକ୍ଷିତ କରି ଚାଷୀ ପମ୍ପ ସାହାର୍ଯ୍ୟରେ ପାଣି ମଡାଇ ଧାନ ଚାଷ ସହ ବିଭିନ୍ନ ପନିପରିବା ଚାଷ ମଧ୍ୟ କରିଥାନ୍ତି । ହେଲେ ସ୍ଲୁଇସ ଗେଟ କାମ କରୁନଥିବାରୁ ଚାଷୀଙ୍କ ଧାନ ଚାଷ କରିବାରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି । କେତେବେଳେ ଲୁଣା ପାଣି ଚାଷ ଜମିକୁ ମାଡି ଯାଉଛି ତ, ପୁଣି କେତେବେଳେ ଜମା ପାଣି ମିଳୁନାହିଁ ଚାଷ ଜମିକୁ । ତେବେ ବିଭାଗୀୟ ଅଧିକାରୀଙ୍କୁ ଏହାର ମରାମତି ପାଇଁ ବାରମ୍ବାର ଦାବି କରାଯାଉଥିଲେ ବି କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଚାଷୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.