ଲାଞ୍ଚୁଆ ତହସିଲଦାରଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡ, କାରନାମା ପାଇଁ ଏଭଳି ସଜା

ମୟୁରଭଞ୍ଜ(କେନ୍ୟୁଜ୍):ଲାଞ୍ଚୁଆ ତହସିଲଦାରଙ୍କୁ ଭିଜାଲାନ୍ସ କୋର୍ଟର ଦଣ୍ଡ।  ଲାଞ୍ଜ ନେଇଥିବା ଅଭିଯୋଗରେ ଗତକାଲି  ଶାମାଖୁଣ୍ଟା ବ୍ଲକର ପୂର୍ବତନ ତହସିଲଦାରଙ୍କୁ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି।

ମିଳିଥିବା ସୂଚନା ମୁତାବକ ଗତ ୨୦୧୪ ମସିହାରେ ସବିତା ସାହୁ  ଶାମାଖୁଣ୍ଟା ତହସିଲଦାର ଥିବା ବେଳେ ୧୦  ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ। ସେହି ମାମଲାର ବିଚାର କରି ଦୀର୍ଘ ୮ ବର୍ଷ ପରେ ଏହି ରାୟ ପ୍ରକାଶ ପାଇଛି। ବାରିପଦା ସହରର ପ୍ରଫୁଲ୍ଲ ଚନ୍ଦ୍ର ଦାସ ବାବୁ ନିଜ ଇଟା ଭାଟି ଲାଇସେନ୍ସ ନବୀକରଣ କରିବା ପାଇଁ ଶାମାଖୁଣ୍ଟା ତହସିଲରେ ଆବେଦନ କରିଥିଲେ। ଏହି ଲାଇସେନ୍ସକୁ ନବୀକରଣ କରିବା ପାଇଁ ତହସିଲଦାର ତାଙ୍କୁ ୧୫ ହଜାର ଟଙ୍କା ମାଗିଥିଲେ। ପରେ ଏହା ୧୦ ହଜାର ଟଙ୍କାରେ ମୁଲଚାଲ ହୋଇଥିଲା। ଏହି ଘଟଣାକୁ ନେଇ ପ୍ରଫୁଲ୍ଲ ବାରିପଦା ଭିଜଲାନ୍ସ ୟୁନିଟର ଦ୍ୱାରସ୍ଥ ହୋଇଥିଲେ।

ଯୋଜନା ମୁତାବକ ୨୦୧୪ ମସିହା ନଭେମ୍ବର ୨୭ ତାରିଖ ଦିନ ପ୍ରଫୁଲ୍ଲ ତହସିଲଦାରଙ୍କୁ ତାଙ୍କ  କାର୍ଯ୍ୟାଳୟରେ ଲାଞ୍ଚ ଟଙ୍କା ଦେବା ସମୟରେ ଭିଜିଲାନ୍ସ ବିଭାଗ ଚଢାଉ କରି ତହସିଲଦାର ସବିତା ସାହୁଙ୍କ ନିକଟରୁ ୧୦ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା। ଅନ୍ଯପଟେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମଧ୍ୟ ଏକ ମାମଲା ବିଚରାଧିନ ଅଛି ଅଭିଯୁକ୍ତ ସବିତା ସାହୁଙ୍କ ବିରୋଧରେ।

ତେବେ ଉକ୍ତ ମାମଲାର ଦଫା ୧୩/୨ରେ ଦୁଇ ବର୍ଷର କାରାଦଣ୍ଡ ଓ ୧୦ହଜାର ଜୋରିମାନା ଏବଂ ଜରିମାନା ଅନାଦେୟ ୩ମାସର କାରାଦଣ୍ଡ। ସେହିପରି ଦଫା ୭ରେ ଏକ ବର୍ଷ କାରାଦଣ୍ଡ ଓ ୫ହଜାର ଜୋରିମାନା ଏବଂ ଅନାଦେୟ ୩ମାସ କାରାଦଣ୍ଡର ଶୁଣାଣି କରିଛନ୍ତି ବାରିପଦା ସ୍ଥିତ ସତନ୍ତ୍ର ଭିଜିଲାନ୍ସ କୋର୍ଟର ମାନ୍ୟବର ବିଚାରପତି ପ୍ରସନ୍ନ କୁମାର ପଣ୍ଡା ରାୟ ଶୁଣାଇଛନ୍ତି।

ତହସିଲଦାର ସବିତା ସାହୁ ବର୍ତ୍ତମାନ ବାଲେଶ୍ଵର ଜିଲ୍ଲାରେ ଡେପୁଟି ସବ୍ କଲେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି। ତହସିଲଦାର ସବିତା ସାହୁଙ୍କ ନାମରେ ଅନ୍ୟ ଏକ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କୋର୍ଟରେ କେଶ ନମ୍ବର ୧୬/୧୫ରେ ଏକ ମାମଲା ବିଚାରଧୀନ ଅବସ୍ଥାରେ ରହିଛି। ଏହି ମାମଲାରେ ତହସିଲଦାରଙ୍କ ନାମରେ ୪୫ଲକ୍ଷ ୪୯ହଜାର ୬୩୨ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଥିବାର ଅଭିଯୋଗ ରହିଛି।

Leave A Reply

Your email address will not be published.