ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ସାର୍‌ଙ୍କୁ ଗୋଡାଇ ଗୋଡାଇ ପିଟିଲେ ଗାଁ ଲୋକ

ଜଗତସିଂହପୁର : ସାର୍‌ଙ୍କୁ ଗୋଡାଇ ଗୋଡାଇ ପିଟିଲେ ଗାଁ ଲୋକ । ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଏରସମା ପଞ୍ଚାୟତର ରତନପୁର ପ୍ରାଥମିକ ବିଦ୍ୟାଳୟରେ । ସୂଚନା ଅନୁସାରେ ସ୍କୁଲର ଜଣେ ଶିକ୍ଷକ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ । ଛାତ୍ରୀ ଜଣଙ୍କ ଏ ନେଇ ଘରେ କହିବା ପରେ ଉତ୍ତ୍ୟକ୍ତ ଗାଁ ଲୋକ ସ୍କୁଲକୁ ଆସିଥିଲେ । ଅନ୍ୟ ଶିକ୍ଷକମାନେ ଏଥିରେ ହସ୍ତକ୍ଷେପ କରିବାକୁ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଏହା ଉଗ୍ରରୂପ ନେଇଥିଲା । ସବୁ ଶିକ୍ଷକଙ୍କୁ ଉତ୍ତ୍ୟକ୍ତ ଲୋକେ ସ୍କୁଲ ପରିସରରେ ଗୋଡାଇ ଗୋଡାଇ ପିଟିଥିଲେ । ପରେ ଏହି ଘଟଣା ଗାଁ କମିଟିରେ ବିଚାର ହୋଇଥିଲା । ଅଭିଯୁକ୍ତ ଶିକ୍ଷକ ଜରିମାନା ସ୍ୱରୂପ ୩ ଲକ୍ଷ ଟଙ୍କା ଦେବା ପରେ ମାମଲା ଫଇସଲା ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଘଟଣାର ତଦନ୍ତ କରାଯାଉଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଏହି ଭିଡିଓ ଭାଇରାଲ ହୋଇଛି । ଏହାପରେ ଘଟଣା ସାମ୍‌ନାକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.